ହିଞ୍ଜିଳିକାଟୁ, ୦୮/୧୨(ପିପିଟି) – ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ହିଞ୍ଜିଳିକାଟୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୨୧୪ଟି ଅଭିଯୋଗ ହୋଇଥିଲା । ଏହି ଆୟୋଜିତ କାର୍ଯ୍ୟକ୍ରମ ଶିବିରରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଭି କୀର୍ତ୍ତି ଭାସନ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀ ଶୁଭେନ୍ଦୁ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ସମସ୍ତ ହିତାଧିକାରୀଙ୍କ ଅଭିଯୋଗ ଗୁଡ଼ିକର ଶୁଣାଣି ହୋଇଥିଲା । ଆଜିର ଅଭିଯୋଗ ଗ୍ରହଣ ଶିବିରରେ ମୋଟ ୨୧୪ ଗୋଟି ଅଭିଯୋଗର ଶୁଣାଣୀ ହୋଇଥିଲା । ସେଥି ମଧ୍ୟରୁ ୧୪୭ଗୋଟି ବ୍ୟକ୍ତିଗତ ଅଭିଯୋଗ ରହିଥିବା ବେଳେ ୫୪ଗୋଟି ସାମୁହିକ ଅଭିଯୋଗ ରହିଥିଲା। ସେହିପରି ରେଡକ୍ରସ ୧୦ ଗୋଟି,ସ୍ଥାନ ନିଷ୍କ୍ରିୟ ୦୩ ଗୋଟି ଅଭିଯୋଗର ଶୁଣାଣୀ ହୋଇଥିଲା। ଏହି ଶୁଣାଣୀରେ ବିଭିନ୍ନ ଅଭିଯୋଗ ମଧ୍ୟ ରହିଛି ରାସନ୍ କାର୍ଡ, ଶ୍ରମ କାର୍ଡ,ସ୍ଵାସ୍ଥ୍ୟ କାର୍ଡ, ସାମାଜିକ ସୁରକ୍ଷା ପେନସନ ଓ ଜଙ୍ଗଲ ଜମି ସମ୍ବନ୍ଧୀୟ ସମସ୍ୟାର ତୁରନ୍ତ ସମାଧାନ ପାଇଁ କ୍ୟାମ୍ପ କରାଯାଇ ଅନଲାଇନ୍ ସେବା ଯୋଗାଇ ଦିଆଯାଇଥିଲା। ଜିଲ୍ଲାପାଳଙ୍କ ଏହି ଅଭିନବ ପ୍ରୟାସ ଯୋଗୁଁ ଅନେକ ଗ୍ରାମାଞ୍ଚଳ ହିତାଧୀକାରୀ ତୁରନ୍ତ ଅନଲାଇନ୍ ସେବା ପାଇ ଉପକୃତ ହୋଇ ପାରୁଛନ୍ତି। ଜନ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ହିଞ୍ଜିଳି ପୋୖରାଞ୍ଚଳ ସ୍ଥିତ ନିର୍ମାଣ ଧୀନ କେନ୍ଦ୍ରୀୟ ବିଦ୍ୟାଳୟ ପରିଦର୍ଶନ କରି ସାରୁ ଗ୍ରାମ ପଞ୍ଚାୟତକୁ ଯାଇ ମାଛ ଯାଆଁଳା ଚାଷ ପାଇଁ ଶୁଭ ଉଦଘାଟନ କରିଥିବା ବେଳେ ରାଳବ ଗ୍ରାମର ବିଭିନ୍ନ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ ପରିଦର୍ଶନ କରିଥିଲେ । ଏହି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ସୁନୀଲ କେରକେଟା , ଉପଜିଲ୍ଲାପାଳ ଶିବାଶିଷ ବରାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ସାଗରୀକା ଷଢଙ୍ଗୀ, ବ୍ଳକ ଅଧ୍ୟକ୍ଷା ସରସ୍ବତୀ ସେଠୀ,ତହସିଲଦାର ତପନ କୁମାର ମହାପାତ୍ର, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁକାନ୍ତ ଚନ୍ଦ୍ର ବେହୁରା ଉପସ୍ଥିତ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ବିଜୟଲଷ୍ମୀ ବେହେରା, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ କୁସୁମ ସାହୁ ଉପଖଣ୍ଡ ଚିକିତ୍ସାଳୟ ହିଞ୍ଜିଳିକାଟୁ ଅଧିକ୍ଷକ ଶ୍ରୀ ଶ୍ରୀକାନ୍ତ କୁମାର ସାହୁ, ଆଇଆଇସି ଶ୍ରୀନିବାସ ସେଠୀ ପ୍ରମୁଖଙ୍କ ସମେତ ହିଞ୍ଜିଳି ଅଞ୍ଚଳର ସମସ୍ତ ବିଭାଗୀୟ ଅଧିକାରୀ ସହ ଜିଲ୍ଲାର ସମସ୍ତ ଉଚ୍ଚ ପଦ ଅଧିକାରୀ ଉପସ୍ଥିତ ଥିଲେ ।
ରିପୋର୍ଟ୍ -ଅଜିତ୍ କୁମାର ପଟ୍ଟନାୟକ