ନଳକୂପ ବ୍ୟବହାର ଯୋଗ୍ୟ କରିବାକୁ ଦାବୀ,ଶୁଣୁନାହାଁନ୍ତି ବିଭାଗୀୟ ଯନ୍ତ୍ରୀ ।

0 308

ବେଗୁନିଆପଡା,୦୮/୧୨(ପିପିଟି): ସରକାର ସମସ୍ତଙ୍କ ପାଇଁ ୨୪ ଘଣ୍ଟିଆ ବିଶୁଦ୍ଧ ଜଳ ପାଇବା ପାଇଁ ଘୋଷଣା କରୁଥିବା ବେଳେ ବିଭିନ୍ନ ଜାଗାରେ ବିଶୁଦ୍ଧ ଜଳ ମିଳିବା ତ ଦୂରର କଥା,ମରାମତି ଅଭାବରୁ ବିଭନ୍ନ ଜାଗାରେ ଥିବା ନଳକୂପ ଗୁଡିକ ମଧ୍ୟ ଅଚଳ ହୋଇଯାଉଥିବା ନଜରକୁ ଆସୁଛି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବେଗୁନିଆପଡା ବ୍ଲକ ଫାସି ଗ୍ରାମ ପଞ୍ଚାୟତ ଲାଠୁଳି ରଘୁନାଥ ପୁର ଗ୍ରାମରେ । ଗ୍ରାମବାସୀଙ୍କ କହିବା ପ୍ରକାରେ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ଏକ ମାତ୍ର ମଧୁରଜଳ ବାହାରୁଥିବା ନଳକୂପ ଯାହାକି ବର୍ତ୍ତମାନ ଦୂଷିତ ହୋଇ ପିଇବା ପାଇଁ ଅନୁପଯୁକ୍ତ ହୋଇଯାଇଛି । ନଳକୂପ କୁ ଲାଗି ବିଦ୍ୟାଳୟ ପାଚେରୀ ଫାଟକ ଥିବାବେଳେ ଅନ୍ୟ ପାର୍ଶ୍ଵରେ ଗୋଟିଏ ଡ୍ରେନ ନିର୍ମାଣ କରିଦିଆଗଲା । ତତସହିତ ଡ୍ରେନକୁ ଲଗାଇ ପେବର ରାସ୍ତା ବି ନିର୍ମିତ ହୋଇଗଲା, ଯାହାଫଳରେ ନଳକୂପ ଟି ପ୍ରାୟ ତିନିଫୁଟ ତଳେ ରହିଗଲା,ଯାହାଫଳରେ ସେଥିରେ ନିର୍ଭର କରୁଥିବା ଗ୍ରାମବାସୀ ନାହିନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଲା । ଏହି ନଳକୂପ ଟିକୁ ଉପରକୁ ତିନିଫୁଟ ଉଠାଇବାକୁ ଗ୍ରାମବାସୀ ବହୁଥର ବ୍ଲକ RWSS ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ଅନୁରୋଧ କରି ଅସୁବିଧାର କାରଣ ଜଣାଇଥିଲେ ବି ଏଥିପ୍ରତି କେହି ଦୃଷ୍ଟି ଦେଉନଥିବା ଦୁର୍ଭାଗ୍ୟ ଜନକ ବୋଲି କହିବା ସହିତ,ଯଦି ବିଭାଗ ଏଥିପ୍ରତି ତୁରନ୍ତ ଦୃଷ୍ଟି ନଦିଏ ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେବେବୋଲି ଅଭିଯୋଗ କରିଛନ୍ତି ଗ୍ରାମର ସତ୍ୟ ନାରାୟଣ ରଥଙ୍କ ସମେତ ଗ୍ରାମବାସୀ, ଏହାକୁ ନେଇ ବିଭାଗୀୟ ଯନ୍ତ୍ରୀ ମମତା ପଣ୍ଡାଙ୍କ କହିଥିଲେ ଯେ ଅଭିଯୋଗ ଆସିଛି, ଉକ୍ତ ନଳକୂପକୁ ଉପରକୁ ଉଠାଇବା ନିମନ୍ତେ ଆବଶ୍ୟକୀୟ ଯନ୍ତ୍ରାଂଶ ଆସୁନାହିଁ, ତିଆରି କରିବା ନିମନ୍ତେ କୁହାଯାଇଛି, ଅଳ୍ପଦିନ ମଧ୍ୟରେ ଉକ୍ତ କାର୍ଯ୍ୟ ସମାପନ କରାଯିବ ଏବଂ ଗ୍ରାମବାସୀ ସାମାନ ସୁବିଧା ପାଇବେ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)

Leave A Reply

Your email address will not be published.