ଭଞ୍ଜନଗର ଗସ୍ତରେ ପୋଲିସ ଡିଜି; ଆଇଆରବି ବାଟାଲିଆନ ବ୍ୟାୟାମଶାଳା ଉଦଘାଟନ ।

0 238

ଭଞ୍ଜନଗର; ୨୨/୧୧(ପିପିଟି):ଓଡିଶା ରାଜ୍ୟ ପୁଲିସ୍‌ ମୁଖିଆ ଆଜି ଭଞ୍ଜନଗର ଗସ୍ତ କରିବା ସହ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରି ଫେରିଛନ୍ତି। ପୁଲିସ୍‌ ଡିଜି ୱାଇ ବି ଖୁରାନିଆ ବୌଦ୍ଧ ଓ କନ୍ଧମାଳ ଗସ୍ତ ସାରିଥିବା ‌ବେଳେ ଆଜି ଅପରାହ୍ନରେ ଭଞ୍ଜନଗର ଠାରେ ପହଞ୍ଚିଥିଲେ। ବନ ବିଶ୍ରମାଗାରରେ ପହଞ୍ଚିବା ପରେ ସେଠାରେ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ ଦିଗ ନେଇ ଆଲୋଚନା କରିଥିଲେ। ତାଙ୍କ ସହ ଅତିରିକ୍ତ ଡିଜି ସଞ୍ଜୀବ ପଣ୍ଡା ଆସିଥିବା ବେଳେ ଦକ୍ଷିଣାଞ୍ଚଳ ପୁଲିସ ଆଇଜି ନୀତି ଶେଖର, ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର,ଅତିରିକ୍ତ ଏସ୍‌ପି ରଞ୍ଜନ କୁମାର ଦେ,ଏସଡିପିଓ ଡ.ଦିପକ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ଆଇନ ଶୃଙ୍ଖଳା ଠାରୁ ଆରମ୍ଭ କରି ମାଓ ଗତିବିଧି ନେଇ ଆଲୋଚନା ହୋଇଥିବା ବେଳେ ଆଗାମୀ ଦିନରେ ଏହାକୁ ଦମନ କରିବା ନେଇ ପୁଲିସ୍‌ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବା ନେଇ ସୂଚନା ଦେଇଥିଲେ। ଏହାପରେ ଡିଜି ତନରଡା ସ୍ଥିତ ଅଷ୍ଟମ ଭାରତ ସଂରକ୍ଷିତ ବାହିନୀ କେନ୍ଦ୍ର ପରିଦର୍ଶନକୁ ଯାଇଥିଲେ। ସେଠାରେ ବାଟାଲିଆନ ବୁଲିବା ସହ ସେଠାରେ ଏକ ଅତ୍ୟାଧୁନିକ ବ୍ୟାୟମଶାଳାକୁ ଉଦ୍‌ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଇଜି,ଏସ୍‌ପିଙ୍କ ସହ ଦୁର୍ଗପତି ସୁଧାକର ମିଶ୍ର,ଉପଦୁର୍ଗପତି ଲଲିତ କୁମାର ବାଘ ପ୍ରମୁଖ ଉପସ୍ଥିତ ଥିଲେ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.