ଅବକାରୀ ମନ୍ତ୍ରୀଙ୍କୁ ଭେଟି ଚୋରା ମଦ କାରବାର ରୋକିବାକୁ ଦାବିପତ୍ର ଦେଲେ ସମାଜସେବୀ।

0 187

ଯାଜପୁର,୨୧/୧୧(ପିପିଟି):ଯାଜପୁର ରାଜ୍ୟ ସରକାର ସର୍ବଦା ଚୋରା ମଦ ଓ ବିଭିନ୍ନ ମାଦକ ଦ୍ରବ୍ୟର କାରବାରକୁ ସମ୍ପୁର୍ଣ୍ଣ ବନ୍ଦ କରିବା ନିମନ୍ତେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ହାତକୁ ନେଉଥିବା ବେଳେ କିଛି ଦୁର୍ନୀତି ଗ୍ରସ୍ତ ଅଧିକାରୀ ମାନଙ୍କ ପାଇଁ ତାହା ଫେଲ୍ ମାରୁଛି। ଗତ କାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସଚିବାଳୟ,ଭୁବନେଶ୍ୱର ଠାରେ ଆୟୋଜିତ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସମ୍ମିଳନୀ ସମାରୋହରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ବେଆଇନ୍ ନିଶା କାରବାର ଓ ବେସରକାରୀ ମଦକୁ ସମ୍ପୂର୍ଣ ବନ୍ଦ କରିବା ନିମନ୍ତେ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ।ସେଥିରେ ଖିଲାପ ହେଲେ ସରକାର ବାଧ୍ୟ ହେବେ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ।
ସୂଚନା ଯୋଗ୍ୟ ଯେ, ଯାଜପୁର ଜିଲ୍ଲାରେ ପାଖାପାଖି ୧୦ ମାସ ହେବ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି ବେସରକାରୀ ଚୋରା ମଦ,ଗଞ୍ଜେଇ, ବ୍ରାଉନସୁଗାର ଭଳି ବିଭିନ୍ନ ମାରାତ୍ମକ ମାଦକ ଦ୍ରବ୍ୟ କାରବାର। ଏ ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ହେଁ କୌଣସି ଫଳପ୍ରଦ ହେଉ ନାହିଁ। ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ଦୁର୍ନୀତି ଗ୍ରସ୍ତ ଓ ଲାଞ୍ଚଖୋର ମାନବୃତି ପାଇଁ ଏ ସବୁ ହେଉଛି ବୋଲି ସମାଜସେବୀ ସବ୍ୟସାଚୀ ସାହୁ ଅଭିଯୋଗ ଆଣିଛନ୍ତି। ନିଶା କାରବାର ବ୍ୟାପକ ହେବାରୁ ଜିଲ୍ଲା ସାରା ଚୋରି,ଡକାୟତି, ରାହାଜନୀ ଆଦି ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟ ଵୃଦ୍ଧି ପାଉଛି।ଅବକାରୀ ବିଭାଗର ସ୍ଥାଣୁ ଓ ଅପାରଗତା ମାନବୃତି ଏ ସବୁର କାରଣ। ଜିଲ୍ଲାର ମୁଖ୍ୟ ବଜାର ସ୍ଥଳ ଏବଂ ବିଭିନ୍ନ ଗ୍ରାମାଞ୍ଚଳରେ ଚୋରା ମଦ(କୋଚିଆ) ମାନଙ୍କ ଠାରୁ ମାସିକିଆ ବଟି ନେଇ ସେମାନଙ୍କର ସୁରକ୍ଷାଦାତା ସାଜିଛନ୍ତି ଖୋଦ ନିଜେ ଅବକାରୀ ଅଧିକ୍ଷକ। ଫଳରେ ସମଗ୍ର ଜିଲ୍ଲାରେ ଚୋରା ମାଦକ ଦ୍ରବ୍ୟ ଆହେତୁକ ଵୃଦ୍ଧି ଘଟିବାରୁ ସାମାଜିକ ଶୃଙ୍ଖଳା ନଷ୍ଟ ହେଉଛି। ନିଶାଡୀଙ୍କର ଉତୁପାତ ଓ ଅପ ଶବ୍ଦରେ ଅସୁରକ୍ଷିତ ମଣୁଛନ୍ତି ସାଧାରଣ ଲୋକେ।

ଚଳିତ ବର୍ଷ ଫ୍ରେବୁଆରୀ ମାସରେ ତା ୨୫/୦୨/୨୫ ରିଖରେ ଚିଠି ନମ୍ବର୍ ୫୩୫ ନୂଆ କରି ଯୋଗ ଦେଇଥିଲେ ଯାଜପୁର ଜିଲ୍ଲା ଅବକାରୀ ଅଧିକ୍ଷକ ଦିବ୍ୟ କିଶୋର ତଣ୍ଡେଇ । ଯୋଗ ଦେବା ପରଠାରୁ ଅଦ୍ୟାବଧି ପର୍ଯ୍ୟନ୍ତ ସାରା ଜିଲ୍ଲାରେ ଭୁଶୁଡ଼ି ପଡିଛି ଅବକାରୀ ବ୍ୟବସ୍ତା। ତିନି ମାସରେ ଏକ ବିଭ୍ରାନ୍ତିକର କାରଣ ‛ପ୍ରଶାସନିକ ଗ୍ରାଉଣ୍ଡ’ ଦର୍ଶାଇ ୭ ଟି ବଦଳି କରିବା, ଅବକାରୀ ପ୍ରମୁଖ ସଚିବ ଭାସ୍କର ଜ୍ୟୋତି ଶର୍ମାଙ୍କ ନିର୍ଦେଶ ଅବମାନନା କରିବା,ଚଢ଼ାଉ ନା ରେ ବଟି ଆଦାୟ କରିବା,ବେସରକାରୀ ଡାଟା ଏଣ୍ଟ୍ରି ଅପରେଟର ରଖି ପଟାଧାର (ଲାଇସେନ୍ସସ ହୋଲ୍ଡର) ମାନଙ୍କ ଠାରୁ ବଟି ଆଦାୟ କରିବା ଆଦି ବିଭିନ୍ନ ପ୍ରକାର ଅଭିଯୋଗ ନେଇ ଯାଜପୁର ଧର୍ମଶାଳା ଅଞ୍ଚଳର ସମାଜସେବୀ ତଥା ସାମ୍ବାଦିକ ସବ୍ୟସାଚୀ ସାହୁ ଗତ କାଲି ଅର୍ଥାତ ତା ୧୯/୧୧/୨୫ ରିଖରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ତାଙ୍କ ସରକାରୀ ବାସ ଭବନରେ ଭେଟ କରି ବିସ୍ତୃତ ଆଲୋଚନା କରିଛନ୍ତି। ମନ୍ତ୍ରୀ ଏହାକୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଶ୍ରୀ ସାହୁ କହିଛନ୍ତି।

Leave A Reply

Your email address will not be published.