ବର୍ତ୍ତୀନୀ ଗ୍ରାମ ପଞ୍ଚାୟତରେ ଜନ ଅଭିଯୋଗ ଶୁଣାଣୀ ଓ ଘର ପଟ୍ଟା ବଣ୍ଟନ।

0 215

ପୋଲସରା ,୨୦/୧୧ (ପିପିଟି): ଆଜି ପୋଲସରା ବ୍ଲକ୍ ବର୍ତ୍ତୀନୀ ଗ୍ରାମ ପଞ୍ଚାୟତରେ ଜନ ଅଭିଯୋଗ ଶୁଣାଣୀ ଓ ଘର ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ୧୩୨ ଜଣଙ୍କୁ ଗ୍ରାମକଣ୍ଟକ ଘର ପଟ୍ଟା ବଣ୍ଟନ କରିଥିଲେ। ଅନ୍ୟତମ ଅତିଥିଭାବେ ପୋଲସରା ତହସିଲଦାର ଦିପ୍ତିମୟି ପାତ୍ରଙ୍କ ସମେତ ସରପଞ୍ଚ, ସମିତିସଭ୍ୟ ତହସିଲ, କାର୍ଯ୍ୟାଳୟର ଷ୍ଟାଫମାନେ
ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି ଅବସରରେ ମନ୍ତ୍ରୀ ମହୋଦୟ ନିଜର ସ°କ୍ଷିପ୍ତ ଅଭିଭାଷଣରେ ନିର୍ବାଚନ ପୂର୍ବରୁ ସରକାର ଦେଇଥିବା ସମସ୍ତ ପ୍ରକାର ପ୍ରତିଶୃତି ପର୍ଯ୍ୟାୟକ୍ରମେ ପାଳନ କରି ଜନସାଧାରଣଙ୍କ ସେବା ଜାରିରଖିବାକୁ ସଂକଳ୍ପବଧ ବୋଲି କହିଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.