କଳମ୍ବ ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣୀ।

0 39

ପୋଲସରା ,୧୭/୧୧(ପିପିଟି):ପୋଲସରା ବ୍ଲକ୍ କଳମ୍ବ ଗ୍ରାମପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ପୋଲସରା ପଞ୍ଚାୟତ ସମିତି ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡ଼ିଓ) ଶଶିଭୂଷଣ ମହାପାତ୍ର, ଏ.ବି.ଡି.ଓ ସୋନମ ବେହେରା, ତହସିଲଦାର ଦିପ୍ତିମୟୀ ପାତ୍ର,ସି.ଡି.ପି.ଓ ତିଳୋତ୍ତମା ରାଉତ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀହର୍ଷବାବୁ ଖାଡଙ୍ଗା ,ପଞ୍ଚାୟତ ସରପଞ୍ଚ ଗୀତାଞ୍ଜଳି ସାହୁ,ସମିତି ସଭ୍ୟ ପ୍ରସାଦ – ସାହୁ ପ୍ରମୁଖଙ୍କ ସମେତ ପୋଲସରା ବନପାଳ ମୁନା ଦାସ,ବ୍ଲକ୍ ଜେ.ଇ ଶରତ କୁମାର ମଲ, ଆର.ଡବ୍ଲ୍ୟୁ.ଏସ୍ ଏଣ୍ଡ୍ ଏସ୍ ଜେ.ଇ ପ୍ରଦୀପ କୁମାର ତ୍ରିପାଠୀ,ପଞ୍ଚାୟତ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଦଳାଇ,ଜି. ଆର୍.ଏସ୍ ସୁଶାନ୍ତ କୁମାର ମହାରଣାଙ୍କ ସମେତ ଅନ୍ୟ ବିଭାଗୀୟ ଷ୍ଟାଫ୍ ଓ କର୍ମଚାରିମାନେ ଯୋଗ ଦେଇଥିଲେ। ଏହି ଅବସରରେ ପଞ୍ଚାୟତବାସୀଙ୍କ ତରଫରୁ ବିଭିନ୍ନ ବିଷୟକୁ ନେଇ ୪୦ ଗୋଟି ଆବେଦନକୁ ପଞ୍ଜୀକୃତ କରାଯାଇଥିବା ବେଳେ ସେଥିରୁ ଅଧିକା°ଶ ସମସ୍ୟାକୁ ସମାଧାନ କରାଯାଇଥିଲା। ବାକି ଶୀଘ୍ର କାର୍ଯ୍ୟକାରୀ ଜରିଆରେ ସମାଧାନ କରାଯିବ ବୋଲି ବିଡ଼ିଓଙ୍କୁ ଠାରୁ ଜଣାପଡ଼ିଛି। ଏଥିରେ ପଞ୍ଚାୟତର ସମସ୍ତ ଅଙ୍ଗନୱାଡ଼ି କର୍ମୀ,ସୁପରଭାଇଜର,ଆଶାକର୍ମୀ ଓ ସ୍ୱେଚ୍ଛାକର୍ମୀ ଓ ଏସ୍.ଏଚ୍.ଜି ମହିଳା ଗୃପର ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.