ମର୍ଦ୍ଦମେଖ ଗ୍ରାମ ପଞ୍ଚାୟତ ପରିସରରେ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ।

0 251

ବେଗୁନିଆପଡା,୧୭/୧୧(ପିପିଟି): କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଯୋଗଦେଇ ଅଭିଯୋଗ ଶୁଣିବା ସହ ସମ୍ପୃକ୍ତ ଅଧିକାରୀଙ୍କୁ ତୁରନ୍ତ ସମାଧାନ ପାଇଁ ପରାମର୍ଶ ଦେଇଥିଲେ ।ଏଥିରେ କୋଦଳା ତହସିଲଦାର ତଥା ବେଗୁନିଆପଡ଼ା ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସସ୍ମିତା ଶତପଥି,ସରପଞ୍ଚ ମଞ୍ଜୁଳା ମେହେଣା , ବ୍ଲକ ଉପାଧ୍ୟକ୍ଷ ସୁଧାକର ପ୍ରଧାନ , ସମବାୟ ନିର୍ଦ୍ଦେଶକ ହୃଷିକେଶ ମେହେଣା,ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ସାହୁ,ଵିଇଓ ରୁଦ୍ର ନାରାୟଣ ସାହୁ, କନିଷ୍ଠ ଯନ୍ତ୍ରୀ ଦୀପକ ମଲ୍ଲିକ, ଜଳ ଓ ପରିମଳ ସହକାରୀ ଯନ୍ତ୍ରୀ ମମତା ପଣ୍ଡା, ଶୁଭଶ୍ରୀ ମହାରଣା, ଭାରପ୍ରାପ୍ତ ବ୍ଳକ୍ ସାମାଜିକ ସୁରକ୍ଷା ଅଧିକାରୀ ଦୁର୍ଗା ପ୍ରସାଦ ପଣ୍ଡା,ଯୋଗାଣ ଅଧିକାରୀ ବାଦଲ କୁମାର ବେହେରା , କୃଷି ଅଧିକାରୀ ରାମଲାଲ ସାମଦ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସ୍ଵାଗତିକା ରାଉତ,ଵିପିସି ଚନ୍ଦ୍ର ଶେଖର ବେହେରା, ଏପିଓ ରଞ୍ଜନ କୁମାର ନାହାକ,ଵିପିସି ବୃନ୍ଦାବନ ସାହୁ,ପିଇଓ ରଂଜିତ ନାହାକ, ଏଡିଇଓ ଶ୍ରୀକାନ୍ତ ସାହୁ,ଉଦ୍ୟାନ,କ୍ଷୁଦ୍ର ଜଳସେଚନ,ବିଦ୍ୟୁତ୍ ବିଭାଗ ଅଧିକାରୀ ସମେତ ଅନ୍ୟାନ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହିବା ସହ ଅଭିଯୋଗ ଶୁଣାଣୀ କରିଥିଲେ । ଏଥିରେ ୱାର୍ଡ ସଭ୍ୟ ଓ ଅନ୍ୟ ମାନେ ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ । ସମୁଦାୟ ୧୬ ଗୋଟି ଅଭିଯୋଗ ହୋଇଥିଲା । ସେଥିମଧ୍ୟରୁ କୋଦଳା ଜେଲ ରୋଡ଼ ଠାରୁ ଦିଗ ଆରଡି ରାସ୍ତାର ଉନ୍ନତି କରଣ,ମେଗା ଜଳ ପ୍ରକଳ୍ପ ରାସ୍ତା ଗୁଡିକୁ ନଷ୍ଟ କରି ପାଇପ ପକାଇବା ପରେ ମରାମତି କରୁ ନଥିବା,ବଡ ଗୁଡ଼ିଆଳି ନୂତନ ସାହି ରାସ୍ତା, ବିଦ୍ୟୁତ ସଂଯୋଗ ଦୁଇଟି,ରାସନ କାର୍ଡ ୬ ଗୋଟି,ଭତ୍ତା ୫ ଗୋଟି ଅଭିଯୋଗ ହୋଇଥିଲା। ଅପରାହ୍ନ ୩ ଘଣ୍ଟ ସମୟରେ ଶେଷ ହୋଇଥିଲା ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ )

Leave A Reply

Your email address will not be published.