ବେଗୁନିଆପଡ଼ା,୦୯/୧୧(ପିପିଟି): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଥୁଆମୂଳରେ ୨୪ ପ୍ରହର ନାମଯଜ୍ଞ ବଡ଼ ଧୁମ୍ଧାମ୍ରେ ଚାଲିଛି । ବାବାଜୀ ମହାରାଜ ନିତ୍ୟାନନ୍ଦ ମହାରାଜଙ୍କ ବ୍ରଜ ପ୍ରାପ୍ତି ଉପଲକ୍ଷେ ଏହି ୨୪ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହେଉଛି । ହରେ କୃଷ୍ଣ ହରେ ରାମ ଧ୍ୱନୀରେ ଉଛୁଳି ପଡ଼ୁଛି ପରିବେଶ । ଥୁଆମୂଳର ଆବାଳ ବୃଦ୍ଧ ବନିତା ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି । ବାବାଜୀ ସଦାନନ୍ଦ ଦାସଙ୍କ ତତ୍ତ୍ଵାବଧାନରେ ଓ ଗ୍ରାମବାସୀଙ୍କ ସଂପୂର୍ଣ୍ଣ ସହଯୋଗରେ ଏହି କାର୍ଯ୍ୟକ୍ରମ ଚାଲିଛି । ୨୪ ପ୍ରହର ନାମଯଜ୍ଞ ଖୁବ୍ ଉତ୍ସାହର ସହ ପାଳିତ ହେଉଥିବା ଦେଖିବାକୁ ମିଳିଛି । ପ୍ରତ୍ୟେକ ସଂଧ୍ୟାରେ ଭଜନ କାର୍ଯ୍ୟକ୍ରମ ସହ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଛି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ )