ପୋଲସରା,୦୯/୧୧ (ପିପିଟି): ବୁଗୁଡା ପ୍ରେସ କ୍ଳବକୁ ସୁଦୃଢ କରିବା ପାଇଁ ଏକ ବୈଠକ ବୁଗୁଡା ଅମିତ ନଗରସ୍ଥ ଟି.ସତ୍ୟନାରାୟଣ ପାତ୍ରଙ୍କ ବାସଭବନରେ ଅକ୍ଟୋବର ମାସରେ ଅନୁଷ୍ଠିତ ହୋଇଯାଇଛି। ଅନିଲ କୁମାର ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଗଙ୍ଗାଧର ବିଷୋୟୀ, ପ୍ରମୋଦ କୁମାର ପାଢୀ, ଟି.ସୁଦର୍ଶନ ପାତ୍ର, ଅଶୋକ କୁମାର ନନ୍ଦ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ପ୍ରେସ କ୍ଳବ ରେଜିଷ୍ଟ୍ରେସନ ସଂଗଠନ ହୋଇଥିବା ବେଳେ କିପରି ଏହାକୁ ଶକ୍ତିଶାଳୀ କରାଯାଇ ନିରପେକ୍ଷ ଓ ସମାଜ ମଙ୍ଗଳ ଖବର ପ୍ରକାଶିତ ହୋଇ ବୁଗୁଡା ଅଞ୍ଚଳର ଉନ୍ନତି ପାଇଁ ସହାୟକ ହୋଇପାରବ ସେହି ବିଷୟରେ ବିଶଦ ଭାବେ ଆଲୋଚନା ହୋଇଥିଲା। ଆଗାମୀ ଦିନରେ ବୁଗୁଡାର ବରିଷ୍ଠ ନାଗରିକ ମଞ୍ଚର ନିଜସ୍ୱ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ସାଧାରଣ ବୈଠକ ଅନୁଷ୍ଠିତ ହୋଇ କର୍ମକର୍ତ୍ତା ନିର୍ବାଚନ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇ ସଭା ସାଙ୍ଗ ହୋଇଥିଲା।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା