ପୂର୍ବ ଶତ୍ରୁତାରୁ ହୋମଗାର୍ଡଙ୍କୁ ମାରଣାନ୍ତକ ଆକ୍ରମଣ ।

0 250

ଭଞ୍ଜନଗର , ୦୯/୧୧ (ପିପିଟି):ଭଞ୍ଜନଗର ଥାନା ଅନ୍ତର୍ଗତ ସମାପଲ୍ଲୀ ଗ୍ରାମରେ ପୂର୍ବ ଶତ୍ରୁତାରୁ ଆକ୍ରମଣ ଘଟିଥିବା ଜଣାପଡିଛି। ସୂଚନା ପ୍ରକାରେ ସାନକୋଦଣ୍ଡା ପଞ୍ଚାୟତ ସମାପଲ୍ଲୀର ଗଜେନ୍ଦ୍ର ନାଇକ ଭଞ୍ଜନଗର ଥାନାରେ ହୋମ ଗାର୍ଡ ଭାବେ କାର୍ଯ୍ୟ କରୁଛନ୍ତି। ସେ ଆଜି ସକାଳେ ନିଜ କାର୍ଯ୍ୟ ସ୍ଥଳକୁ ଆସୁଥିବା ସମୟରେ ରାସ୍ତାରେ ତାଙ୍କ ଗାଡିକୁ ଅଟକାଇ ଉକ୍ତ ଗ୍ରାମର ଜିତୁ ନାଇକ ଲୁହା ବଳାରେ ଓ ଧାରୁଆ ଅସ୍ତ୍ର ସାହାଯ୍ୟରେ ତାଙ୍କୁ ମାଡ଼ ମାରି ରକ୍ତାକ୍ତ କରି ଗୁରୁତର ଅବସ୍ଥାରେ ଛାଡିଥିଲେ।ଏଥିସହ ସେ ଆସୁଥିବା ବାଇକ ଟିକୁ ମଧ୍ୟ ନିଆଁ ଲଗାଇ ପୋଡିଦେଇଥିବା ଜଣାପଡିଛି। ଘଟଣା ସ୍ଥଳରେ ସ୍ଥାନୀୟ ଲୋକମାନେ ଉଭୟ ଙ୍କୁ ବୁଝିବୁଝୀ କରି ଘଟଣାର ସମାଧାନ କରିବା ପାଇଁ ଚେଷ୍ଟା କରିଥିଲେ। ଆହତ ଅବସ୍ଥାରେ ଗଜେନ୍ଦ୍ର ପଡି ରହିଥିବା ବେଳେ ଘରଲୋକ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲକୁ ଆଣିଥିଲେ।ଆକ୍ରମଣ ର କାରଣ ଅସ୍ପଷ୍ଟ ଥିବାବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଏଭଳି ଝଗଡା ହୋଇଥିବା ସନ୍ଦେହ କରାଯାଉଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡିଛି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.