ଘୁମୁସର ଲେଖିକା ସଂସଦର ବୋଇତ ଭଷାଣି ଉତ୍ସବ ।

0 248

ଭଞ୍ଜନଗର, ୦୫/୧୧(ପିପିଟି ): ଓଡ଼ିଶାର ପ୍ରାଚୀନ ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବାକୁ ସର୍ବଦା ଚେଷ୍ଟିତ ଭଞ୍ଜନଗର ଅଞ୍ଚଳର ଘୁମୁସର ଲେଖିକା ସଂସଦ।ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପ୍ରାତଃ ସମୟରେ ଅନୁଷ୍ଠାନ ପକ୍ଷରୁ ବୋଇତ ଭଷାଣି ଉତ୍ସବ ପାଳନ କରାଯାଇଛି।ସଂସଦର ସଭ୍ୟାମାନେ ଭଞ୍ଜନଗର ନିକଟସ୍ଥ କୁଲାଡ ଗ୍ରାମର ବାଘ ନଦୀରେ ରୀତିନୀତି ଅନୁଯାୟୀ ଏକ ଭାବ ଭକ୍ତିମୟ ପରିବେଶରେ ପ୍ରଥମେ ବାଲୁକା ସ୍ଥାପନ ସହ ପୂଜାର୍ଚ୍ଚନା ଓ ବନ୍ଦାପନା କରିବା ସହ କଦଳୀ ପଟୁଆ ବୋଇତରେ ପାନ,ଗୁଆ,ଦୀପ, ଧୂପ ଦେଇ “ଆ କା ମା ବୈ ପାନ ଗୁଆ ଥୋଇ , ପାନ ଗୁଆ ତୋର ମାସକ ଧରମ ମୋର” ଗୀତ ଗାଇ ବୋଇତ ଭସାଇ ଥିଲେ ଏବଂ ପ୍ରାଚୀନ ଓଡ଼ିଶାର ସାଧବ ପୁଅମାନେ ବୋଇତରେ ବାଣିଜ୍ୟ କରିବାକୁ ଯାଇ ଦୂର ଦେଶରୁ କିପରି ଧନ ସମ୍ପତ୍ତି ବୋହି ଆଣୁଥିଲେ ସେ ସଂପର୍କରେ ଆଲୋଚନା କରିଥିଲେ।ପୂର୍ବ ପରମ୍ପରାକୁ ଏପରି ବଜାୟ ରଖିବା ସହ ନୂତନ ପୀଢ଼ି ଯେପରି ଏସମସ୍ତ ସଂସ୍କୃତି ପରମ୍ପରାକୁ ଜାଣି ଆଗାମୀ ପୀଢ଼ି ପାଖରେ ପହଞ୍ଚାଇ ପାରିବେ ସେଥିପ୍ରତି ସଚେତନତା ସୃଷ୍ଟି କରିବା ଉପରେ ଜୋର ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ମୁଖ୍ୟ ସଂପାଦିକା ଡଃ ନଳୀନୀ ପ୍ରଭା ଦାସ,  ସାଂଗଠନିକ ସଂପାଦିକା ଡା ଗାୟତ୍ରୀ ସାହୁ, କୋଷାଧ୍ୟକ୍ଷା ଗୀତାଶ୍ରୀ ସାମନ୍ତ,ଉଷ୍ମିତା ମଞ୍ଜରୀ ଦାଶ, ସ୍ନେହଲତା ବିଷୋୟୀ,ରୁନୁବାଳା ଦାଶ, ବର୍ଷା ନାୟକ,ନୀରଜା କୁମାରୀ ତ୍ରିପାଠୀ,ରଜନୀ ସେଠୀ, ଶୁଭସ୍ମିତା ଦାଶ ଆଦି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.