ଦୀପଟିଏ ମୋତେ କର ମହାପ୍ରଭୁ
ଶ୍ରୀ ଛାମୁରେ ଜଳୁଥିବି…..
ସକାଳ ସନ୍ଧ୍ୟାରେ ଆରତୀ ବେଳରେ
ନିଜକୁ ଧନ୍ୟ ମଣିବି ହେ ମଣିମା
ତବ ଦର୍ଶନ ପାଇବି…..!!
ମାଟି ଦୀପଟିଏ ହେଲେ ହେଉ କ୍ଷୁଦ୍ର
ତୁମ ସେବାରେ ମୁଁ ଥିବି….
ଝଡ ହେଉ ବର୍ଷା ତୁମ ଭରସାରେ
ଦିନ ରାତି ଜଳୁଥିବି ହେ ମଣିମା
ଦୀପଟିଏ ମୋତେ କର….!!
ତୁମ ଛଡ଼ା ମୋର କେ ଅଛି ନିଜର
ସବୁଠି ସ୍ୱାର୍ଥ ଜଡ଼ିତ….
ତୁମେ ଦେଇ ଦେଇ ହୋଇଲ ଦେବତା
ମୁଁ ମଣିଷ ଲୋଭ ମାତ୍ର ହେ ମଣିମା
ଦୀପଟିଏ ମୋତେ କର….!!
ଜଳୁଥିବ ଦୀପ ଆଖିର ଲୁହରେ
ଜୀବନ ସଳିତା ହୋଇ….
ଜୀବନ ପ୍ରଦୀପ ଲିଭିବା ପର୍ଯ୍ୟନ୍ତ
ତୁମ କୁ ଥିବା ମୁଁ ଚାହିଁ ହେ ମଣିମା
ଦୀପଟିଏ ମୋତେ କର….!!
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
Next Post