ଅଧ୍ୟକ୍ଷଙ୍କୁ ଆକ୍ରମଣ ଘଟଣା;ଆସାମୀକୁ ଗିରଫ ଦାବିରେ ରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ ।

0 207

ସୁକିନ୍ଦା,୧୮/୧୦(ପିପିଟି):ଗତ ୧୩ ତାରିଖ ରେ ସୁକିନ୍ଦା ବ୍ଲକ ଅନ୍ତର୍ଗତ ଭାରତୀ ବିହାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ହରିପୁର ଗ୍ରାମର ଜନୈକ ଅସାମାଜିକ ଯୁବକ (ମିଟୁ)ଙ୍କ ଦ୍ଵାରା ମରଣାନ୍ତକ ଆକ୍ରମଣର ଶିକାର ହେବା ପରେ ସୁକିନ୍ଦା ଥାନାର ଦ୍ବାରସ୍ଥ ହୋଇଥିଲେ। ଅଧ୍ୟକ୍ଷ ଦେଇଥିବା ଏତଲା ଆଧାରରେ ସୁକିନ୍ଦା ପୋଲିସ ମାମଲା ରୁଜୁ କରି କୌଣସି ଏକ ଅଦୃଶ୍ୟ କାରଣରୁ ଚୁପ୍ ରହିଥିଲା। ଗତ କାଲି ଏହି ମାମଲା ରଫା ଦଫା କରିବା ପାଇଁ ମନ୍ତ୍ରୀ ଙ୍କ ସୁକିନ୍ଦା ବ୍ଲକ ପ୍ରତିନିଧି,ମନ୍ତ୍ରୀଙ୍କ ସାନ ଭାଇ,ହରିପୁର ସରପଞ୍ଚଙ୍କ ସ୍ବାମୀ, ପରାଜିତ ଜିଲ୍ଲା ପରିଷଦ ପ୍ରାର୍ଥୀ,ପୂର୍ବତନ ସମିତି ସଭ୍ୟ ଓ ଜଣେ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ଅଧ୍ୟକ୍ଷଙ୍କ ନିକଟରେ ପହଞ୍ଚି ଅଧ୍ୟକ୍ଷଙ୍କୁ ମନାଇବାରେ ସଫଳ ହୋଇଥିଲେ। କିନ୍ତୁ ଅସାମାଜିକ ଯୁବକ ଜଣକ ଭୁଲ ମାଗିବାକୁ ଅରାଜି ହୋଇଥିଲା। ଏହି ଘଟଣା କୁ ନେଇ ଉତ୍ତ୍ୟକ୍ତ ହୋଇ ପଡ଼ିଥିବା ଛାତ୍ର ଛାତ୍ରୀ ମାନେ ଆଜି ରାଜରାସ୍ତାକୁ ଓହ୍ଲାଇବା ସହିତ ଥାନାରେ ଅଭିଯୋଗ କରିଥିଲେ। ଗତ ୫ ଦିନ ଧରି ଚୁପ୍ ଥିବା ପୋଲିସ ଶେଷରେ ବାଧ୍ୟ ହୋଇ ଅଧ୍ୟକ୍ଷଙ୍କୁ ଆକ୍ରମଣ କରିଥିବା ଅସାମାଜିକ ଯୁବକ(ମିଟୁ)କୁ ଗିରଫ କରି ବ୍ୟକ୍ତିଗତ ମୁଚାଲିକାରେ ଥାନାରୁ ଛାଡିଥିବା ଜଣା ପଡ଼ିଛି। ଶିକ୍ଷାନୁଷ୍ଠାନ ଗୁଡିକୁ ଅସାମାଜିକ ଯୁବକ ଓ ଅଣ ଛାତ୍ର ଙ୍କ ପ୍ରବେଶ ରୋକିବା କ୍ଷେତ୍ରରେ ପୋଲିସ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

Leave A Reply

Your email address will not be published.