କଳିଙ୍ଗ ନଗର ଶିଳ୍ପୀଚଳରେ ବୃଦ୍ଧି ପାଉଥିବା ଅପରାଧକୁ ରୋକିବା ପାଇଁ ଡିଜି କୁ ଚିଠି ଲେଖିଲେ ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ।

0 155

ଯାଜପୁର,୧୭/୧୦(ପିପିଟି): ଯାଜପୁର ଜିଲ୍ଲା କଳିଙ୍ଗ ନଗର ଶିଳ୍ପୀଚଳରେ ବୃଦ୍ଧି ପାଉଥିବା ଅପରାଧକୁ ରୋକିବା ପାଇଁ ଡିଜି କୁ ଚିଠି ଲେଖିଲେ ପୂର୍ବତନ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେ଼ଇ । ଘଡେ଼ଇ ଲେଖିଛନ୍ତି ଆପଣ ଜାଣନ୍ତି କଳିଙ୍ଗ ନଗର ଶିଳ୍ପାଞ୍ଚଳ ପ୍ରତିଷ୍ଠିତ ହୋଇଥିବା ଶିଳ୍ପ ସଂସ୍ଥାମାନେ ସ୍ଥାନୀୟ ଯୁବକ, ଯୁବତୀମାନଙ୍କ ନିଯୁକ୍ତିକୁ ଅଣଦେଖା କରି ହଜାର ହଜାର ସଂଖ୍ୟାରେ ବାହାର ରାଜ୍ୟର ଲୋକଙ୍କୁ ଆଣି ନିଯୁକ୍ତି ଏବଂ ଠିକାଦାରୀ କାର୍ଯ୍ୟ ଦେଉଥିବାରୁ ସେମାନେ ନାନାଦି ବିଶୃଙ୍ଖଳା ସୃଷ୍ଟି କରିବା ସହିତ ବିଭିନ୍ନ ପ୍ରକାର ଅପରାଧମୂଳକ କାର୍ଯ୍ୟରେ ସଂପୃକ୍ତ ରହି କଳିଙ୍ଗନଗର ଶିଳ୍ପୀଚଳ ଏବଂ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ସମେତ ଯାଜପୁର ଜିଲ୍ଲା ବାସୀଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛନ୍ତି । ଶିଳ୍ପ ସଂସ୍ଥାମାନେ ନାଁ ସେମାନଙ୍କର ଅପରାଧୀକ କାର୍ଯ୍ୟର ଯାଞ୍ଚ କରୁଛନ୍ତି ନାଁ ସେମାନଙ୍କ ନିଜସ୍ଵ ଥାନାରୁ ରିପୋର୍ଟ ଆଣୁଛନ୍ତି । ଏ ପରିପ୍ରେକ୍ଷୀରେ କଳିଙ୍ଗନଗର,ବ୍ୟାସନଗର ଏବଂ ଯାଜପୁର ଜିଲ୍ଲାବାସୀ ବହିରାଗତ ବ୍ୟକ୍ତି ମାନଙ୍କ ଦ୍ବାରା ବିଭିନ୍ନ ପ୍ରକାର ଚୋରୀ, ଡକାୟତି,ସଂପତ୍ତି ନଷ୍ଟ, ଜୀବନ ହାନୀ ଇତ୍ୟାଦିର ଶିକାର ହେଉଛନ୍ତି । ସେମାନଙ୍କ ଜରିଆରେ ନିଶା ଦ୍ରବ୍ୟ କାରବାର ବହୁଳ ମାତ୍ରାରେ ବୃଦ୍ଧି ପାଇବା ଫଳରେ ସ୍ଥାନୀୟ ଯୁବକ ମାନେ ନିଶା ଦ୍ରବ୍ୟ ସେବନ କରି ବିପଥଗାମୀ ହେଉଛନ୍ତି । ୨୦୨୫ ମସିହା ମଧ୍ୟରେ ପାଣିକୋଇଲି ଅଳଙ୍କାର ଦେକାନ ଡକାୟତି ଓ ମର୍ଡର, ଡିଜେଲ ଚୋରୀ, ଟାୟାର ଦେକାନରୁ ଚୋରୀ ଏବଂ ଦୁଇଦିନ ତଳେ ବ୍ୟାସ ନଗରରେ ଫାୟାରିଂ ଘଟଣା ଇତ୍ୟାଦି ସମସ୍ତଙ୍କୁ ଭୟଭିତ କରିବା ସହିତ ସର୍ବସାଧାରଣ ସୁରକ୍ଷା ପ୍ରତି ଘୋର ବିପଦ ଦେଖା ଦେଇଛି । ଯେହେତୁ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଏକ ଖଣି ଏବଂ ଶିଳ୍ପ ବହୁଳ ଅଂଚଳ ତେଣୁ ବାହାର ରାଜ୍ୟରୁ ଆସୁଥିବା ଅପାରାଧୀଙ୍କ ପାଇଁ ଏହା ଏକ ଚରାଭୂଇଁ ପାଲଟିଛି ।

ତେଣୁ ଏହି ପତ୍ର ମାଧ୍ୟମରେ ଆପଣଙ୍କୁ ଅନୁରୋଧ କରୁଛିକି, କଳିଙ୍ଗ ନଗର ତଥା ଯାଜପୁର ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ଅପରାଧମୂଳକ କାର୍ଯ୍ୟ ଭବିଷ୍ୟତରେ ଅଧିକ ଖରାପ ହେବା ପୂର୍ବରୁ ତୁରନ୍ତ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସଙ୍ଗେ ସଙ୍ଗେ ଅପରାଧୀ ମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ତଥା ଶିଳ୍ପ ସଂସ୍ଥାମାନେ ବହିରାଗତ କର୍ମଚାରୀ ମାନଙ୍କ ବଦଳରେ ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତିରେ ଅଗ୍ରଧିକାର ଦେବାପାଇଁ ନିର୍ଦ୍ଦେଶ ଦିଅନ୍ତୁ ।

Leave A Reply

Your email address will not be published.