ଚାନ୍ଦବାଲି,୧୭/୧୦: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ମତୋ ଫାଣ୍ଡି ଅନ୍ତର୍ଗତ ମାଧପୁର ପଞ୍ଚାୟତ ବଙ୍ଗାଳୀପଡ଼ାରେ କୁକୁଡା ଫାର୍ମ ମାଲିକ ଅଜୟ ଗିରିଙ୍କୁ ତାଙ୍କ ସହଯୋଗୀ ହତ୍ୟା କରିଥିବା ଶୁକ୍ରବାର ଚାନ୍ଦବାଲି ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟ କରିଛି ଚାନ୍ଦବାଲି ପୋଲିସ।ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ଭଦ୍ରକ ଅତିରିକ୍ତ ଏସପି ଅନୁପ ଅଭିଷେକ ବେହେରା ଓ ଚାନ୍ଦବାଲି ଥାନାଧିକାରୀ ପରେଶ ମହାନ୍ତି। ଏହି ଘଟଣାରେ ଚାନ୍ଦବାଲି ପୋଲିସକୁ ମିଳିଛି ବଡ଼ ସଫଳତା। ନିଜ ନିଜ ଭିତରେ ଥିବା ବିବାଦ ସହ ଟଙ୍କା ପାଇଁ ନିଜର ସହଯୋଗୀକୁ ଯୋଜନା କରି ଏକ ଲୁହା ରଡ଼ରେ ବାଡେଇ ହତ୍ୟା କରିଥିବା ପୋଲିସ ସୂଚନା ଦେଇଛି ଏବଂ ଦୁର୍ଘଟଣାର ରୂପ ଦେବା ପାଇଁ ସିସିଟିଭି ସଜାଡୁଥିବା ବେଳେ ଅଜୟ ଖଟ ଉପରେ ଖସି ମୃତ୍ୟୁ ବରଣ କରିଥିବାର ଯୋଜନା ପ୍ରସ୍ତୁତ କରିଥିଲେ । ସୂଚନା ମୁତାବକ ଭଦ୍ରକ ଚରମ୍ପା ଅଞ୍ଚଳର ଅଜୟ ଗିରୀ ଓ କେନ୍ଦ୍ରାପଡା ଅଞ୍ଚଳର ଶୁଭ୍ରାଂଶୁ ସ୍ୱାଇଁ ଉଭୟ ମିଶି ଚାନ୍ଦବାଲି ବ୍ଲକ ମାଧପୂର ପଞ୍ଚାୟତ ବଙ୍ଗାଳୀପଡ଼ା ଅଞ୍ଚକରେ କୁକୁଡ଼ା ଫାର୍ମ କରିଥିଲେ। ହେଲେ ଗତ ୧୨ ତାରିଖ ରାତିରେ କୌଣସି ଏକ କାରଣକୁ ନେଇ ଶୁଭ୍ରାଂଶୁ ସ୍ୱାଇଁ ତାଙ୍କ ପାର୍ଟନର ଅଜୟ ଗିରୀଙ୍କୁ ହତ୍ୟା କରିଥିବା ପୋଲିସ ପାଖରେ ଅଭିଯୋଗ ହୋଇଥିଲା। ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ କରିବା ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବା ସହିତ ଏହି ଘଟଣାରେ ଶୁଭ୍ରାଂଶୁଙ୍କ ହାତ ଥିବା ଜାଣିବାକୁ ପାଇଥିଲା ପୋଲିସ। ଶୁଭ୍ରାଂଶୁ ସହ ଫାର୍ମ କର୍ମଚାରୀ କିଶୋର ପଣ୍ଡାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ହତ୍ୟା କାଣ୍ଡରେ ଆଉ କିଏ ସପ୍ରୁତ ଅଛନ୍ତି କି ସାମ୍ବାଦିକଙ୍କ ପ୍ରଶ୍ନ ଅତିରିକ୍ତ ଏସପି ଅରୁପ ଅଭିଷେକ ବେହେରା କହିଥିଲେ ଏହା ପ୍ରାଥମିକ ତଦନ୍ତ ଚାଲିଛି, ପରବର୍ତ୍ତୀ ସମୟରେ ସବିଶେଷ ତଥ୍ୟ ଦିଅ ଯିବ।