ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ ।

0 172

ପୋଲସରା ,୧୬/୧୦(ପିପିଟି) : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ଅଷ୍ଟମ ରାଷ୍ଟ୍ରୀୟ ପୋଷଣ ମାସ – ୨୦୨୫ ଅକ୍ଟୋବର ୧୬ ତାରିଖ ଦିନ ପାଳନ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଥମେ କଲେଜର ପ୍ରିନ୍ସିପାଲ ଦାୟିତ୍ଵରେ ଥିବା ରୁଦ୍ର ପ୍ରସାଦ ଗୌଡ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏଥିରେ ଲେଫନାଣ୍ଟ ବିନତା କୁମାରୀ ଦାଶ, ଖେଳ ଅଧ୍ୟାପକ ଦିପକ କୁମାର ସ୍ୱାଇଁ , ସୂଜତା ରାଣୀ ବେହେରା , ସ୍ୱଭିମାନ ସାହୁ, ଡକ୍ଟର ରୋଜିତା କୁମାରୀ ମିଶ୍ର , ଡକ୍ଟର ମିନାକ୍ଷି ପାଣିଗ୍ରାହୀ, ଡକ୍ଟର ଜ୍ୟୋତ୍ସ୍ନାରାଣୀ ପଟ୍ଟନାୟକ , ଅମିତ କୁମାର ସାହୁ , ସୁଦାମ ସେଠୀ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ସ୍ୱାସ୍ଥ୍ୟକର ଓ ଦୀର୍ଘାୟୂ ଜୀବନଯାପନ ବିଷୟରେ ପରାମର୍ଶ ଦେଇଥିଲେ। ସୁସ୍ଥ ଶରୀର ପାଇଁ ଯୋଗ ନିତାନ୍ତ ଆବଶ୍ୟକ ଥିବାବେଳେ ଛାତ୍ରଛାତ୍ରୀଙ୍କୁ ନେଇ ଯୋଗାଭ୍ୟାସ କରାଇଥିଲେ। ଏହାପରେ ପୋଷଣ ମାସ ଅବସରରେ ଏକ ସେମିନାର ଆୟୋଜିତ ହୋଇଥିଲା। ଏଥିସହ ପୋଷଣ ମାସ ଉପଲକ୍ଷେ ଏକ ବିରାଟ ରାଲିର ଆୟୋଜନ ମଧ୍ୟ କରାଯାଇଥିଲା । ଏହି ରାଲିରେ ପ୍ରାୟ ୨୦୦ ଛାତ୍ରଛାତ୍ରୀ ଯୋଗ ଦେଇ ଜନସାଧାରଣଙ୍କୁ ସଚେତନତା କରିଥିଲେ। ପରିଶେଷରେ କାର୍ଯ୍ୟକ୍ରମର ସଫଳତା ପାଇଁ ଲେଫନାଣ୍ଟ ବିନତା କୁମାରୀ ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.