ଭଞ୍ଜନଗର, ୧୪/୧୦(ପିପିଟି ):ଭଞ୍ଜନଗର ଶ୍ରୀ ବିହାର ସ୍ଥିତ ଭଞ୍ଜ କଲେଜ ଅଫ କମ୍ପୁଟର ମେନେଜମେଣ୍ଟ ଠାରେ ଯକ୍ଷ୍ମାରୋଗର ନିରାକରଣ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଦ୍ୱାରା ଏଚଆଇଭି ଏଡସ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କଲେଜ ଅଧ୍ୟକ୍ଷ ଦିଲୀପ କୁମାର ତ୍ରିପାଠୀ,ଶ୍ରୀନିବାସ ପାତ୍ର ଓ ଭଞ୍ଜ କଲେଜ ଅଫ ନର୍ସିଂ ର ଅଧ୍ୟକ୍ଷା ସ୍ୱାଗତିକା ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ।ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଟିବି ସୁପରଭାଇଜର ବେଦ ବ୍ରତ ପରିଡ଼ା ଓ ଏଚଆଇଭି କାଉନସେଲର ଶ୍ୟାମ ସୁନ୍ଦର ପୃଷ୍ଟି ଯୋଗ ଦେଇ ବର୍ତ୍ତମାନ ସମୟରେ ଯକ୍ଷ୍ମା ଓ ଏଚଆଇଭି ଭଳି ରୋଗ ଚିନ୍ତାର କାରଣ ସାଜିଛି। ବହୁ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି।ତେଣୁ ସଚେତନତା ହିଁ ଏହାର ମୂଳମନ୍ତ୍ର। କିଭଳି ଏହି ଦୁଇ ମାରାତ୍ମକ ରୋଗକୁ ନିୟନ୍ତ୍ରଣ କରି ଏହାର ସଂଖ୍ୟା ହ୍ରାସ କରାଯାଇ ପାରିବ ସେସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।ଏଥିରେ କଲେଜର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ସହଯୋଗ କରିଥିଲେ।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)