ଭଞ୍ଜନଗର, ୧୪/୧୦(ପିପିଟି/:ଗତକାଲି ରାତି ପ୍ରାୟ ଗୋଟାଏ ସମୟରେ ଭୁବନେଶ୍ୱରରୁ ଭଞ୍ଜନଗର ଫେରୁଥିବା ଗୋଟିଏ କାର ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ବିଡ଼ି ପୁର ଠାରେ ଏକ ଘରୋଇ ବସକୁ ସମ୍ନାରୁ ଧକ୍କା ଦେବା ଫଳରେ ୪ଜଣ ଆହତ ହୋଇଛନ୍ତି।ସୂଚନା ଅନୁସାରେ ଭଞ୍ଜନଗର ସାନ ଧୋବା ସାହିର ଅଶୋକ କୁମାର ବେହେରା, ତାଙ୍କ ପତ୍ନୀ ଏବଂ ବନ୍ଧୁ ଦର୍ପ ନାରାୟଣ ଜେନା କୌଣସି କାମରେ ଭୁବନେଶ୍ୱର ଯାଇ ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ଡ୍ରାଇଭର ଶ୍ରୀନିବାସ ବେହେରାଙ୍କର ଆଖି ଲାଗି ଯିବାରୁ ଗାଡିଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଅଟକିଥିବା ଏକ ଘରୋଇ ବସକୁ ଖୁବ ଜୋରରେ ଧକ୍କା ଦେଇଥିଲା।ଫଳରେ କାରଟିର ସମ୍ମୁଖ ଭାଗ ଭାଙ୍ଗି ଚୁରମାର୍ ହୋଇଯାଇଛି।ଦୁର୍ଘଟଣାର ମାତ୍ରା ଅଧିକ ଥିବା ବେଳେ ସୌଭାଗ୍ୟ ବଶତଃ ସମସ୍ତ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି।ଏସମ୍ପର୍କରେ ଜଗନ୍ନାଥ ପ୍ରସାଦ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଜଣାପଡିଛି।
ରିପୋର୍ଟ୍ -ଜେ କେ ପଟ୍ଟନାୟକ