ଟ୍ରାଇଙ୍ଗୁଲାର କମିଟି ବୈଠକ ଅନୁଷ୍ଠିତ ।

0 167

ମାଲକାନାଗିରି, ୧୪/୧୦(ପିପିଟି):ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ଏଫଏଲସି ହଲ ଠାରେ ଟ୍ରାଇଙ୍ଗୁଲାର କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜସ୍ବ ବିଭାଗର ଅଡିଟ ପାରା ନିରୀକ୍ଷଣ ନିମନ୍ତେ ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ କାର୍ଯ୍ୟାଳୟ ସଚିବ ବୀରସେନ ପ୍ରଧାନ ଏ ନେଇ ଦୁଇ ଦିନିଆ ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି ।ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ ସଭାପତିତ୍ବ କରି ସଚିବ ଶ୍ରୀ ପ୍ରଧାନଙ୍କୁ ସ୍ବାଗତ ଜଣାଇଥିଲେ। ସରକାର ପ୍ରଦାନ କରୁଥିବା ଅର୍ଥର ସୁବିନିଯୋଗ ଓ ବିନିଯୋଗ ପ୍ରମାଣପତ୍ର ନିୟମ ଅନୁସାରେ ପ୍ରଦାନ କରିବା ଏକ ବିଧି ସମ୍ମତ କାର୍ଯ୍ୟ। କିନ୍ତୁ ଏହା ସଠିକ୍ ଭାବରେ କାର୍ଯ୍ୟକାରୀ ହୋଇଛି ନା ନାହିଁ ତାହା ଟ୍ରାଇଙ୍ଗୁଲାର କମିଟି ଅନୁଧ୍ୟାନ କରିଛି। ଏହି କମିଟି ବିଭିନ୍ନ ଆର୍ଥିକ ଅସଙ୍ଗତି ଅନୁଧ୍ୟାନ ସହ ତୃଟି ସୁଧାରିବାକୁ ପରାମର୍ଶ ଦେଇଥାନ୍ତି। ଯେଉଁଭଳି ଭାବେ ଅଧିକରୁ ଅଧିକ ଅଡିଟ ପାରା ସମାଧାନ ହୋଇପାରିବ, ଏଥି ପାଇଁ ସମସ୍ତ ଅଧିକାରୀଙ୍କୁ ସହଯୋଗ କରିବା ସକାଶେ ସଚିବ ନିର୍ଦ୍ଦେଶ ଦେଇଥିଲେ।
ଆସନ୍ତା କାଲି ଶ୍ରୀ ପ୍ରଧାନ ବିଭିନ୍ନ ରାଜସ୍ବ କାର୍ଯ୍ୟାଳୟରେ ଅଡିଟ ପାରା ନିରୀକ୍ଷଣ କରିବାର କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ଡେପୁଟି କଲେକ୍ଟର ଜଗଜୀବନ ଚୌଧୁରୀ, ସହାୟକ ଜିଲ୍ଲାପାଳ ମୁନା ତୁରୁକ୍, କଟକ ବୋର୍ଡ ଅଫ୍ ରେଭେନ୍ୟୁରୁ ତିନି ଓ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ କାର୍ଯ୍ୟାଳୟରୁ ଜଣେ ଅଡିଟର ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମାଥିଲି, ମାଲକାନଗିରି, କାଲିମେଳା ଓ ଚିତ୍ରକୋଣ୍ଡା ତହସିଲଦାର ଉପସ୍ଥିତ ଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.