ଭଞ୍ଜନଗର, ୧୨/୧୦(ପିପିଟି ):ବର୍ତ୍ତମାନ ଚାରିଆଡ଼େ ଚାଲିଛି ଧନଦାତ୍ରୀ ମା’ ଗଜଳଷ୍ମୀଙ୍କ ପୂଜା।ବିଭିନ୍ନ ପୂଜା କମିଟି ପକ୍ଷରୁ ବେଶ ଧୁମଧାମରେ ମାଆ ଙ୍କର ପୂଜାର୍ଚ୍ଚନା କରାଯାଉଛି।ସେହିପରି ଭଞ୍ଜନଗର ସହର ସମେତ ଆଖପାଖ ଅଞ୍ଚଳରେ ମଧ୍ୟ ବହୁ ଆଡମ୍ବର ସହକାରେ ଏହି ପୂଜା ଅନୁଷ୍ଠିତ ହେଉଛି।ଏହି ଅବସରରେ ଡିହ ପଢାଳ ପଞ୍ଚାୟତ ଜାମ ପଲି ଗ୍ରାମରେ ମଧ୍ୟ ପୂଜା କମିଟି ପକ୍ଷରୁ ୩ବର୍ଷ ମା’ ଗଜଳଷ୍ମୀ ପୂଜାର ଆୟୋଜନ କରାଯାଇଛି।ପ୍ରତ୍ୟେକ ଦିନ ସନ୍ଧ୍ୟା ଆଳତୀ ସମୟରେ ବହୁ ଭକ୍ତଙ୍କ ସମାଗମ ହେଉଥିବା ଦେଖାଯାଇଛି।ଶନିବାର ସନ୍ଧ୍ୟାରେ ମା’ ଗଜଳଷ୍ମୀ ପୂଜା କମିଟି ଜାମ ପଲି ପକ୍ଷରୁ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ଭଞ୍ଜନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଭଞ୍ଜନଗର ବ୍ଲକ ଅଧ୍ୟକ୍ଷ ନରୀ ସଭା ନାୟକ, ବରିଷ୍ଠ ବିଜେପି ସଙ୍ଗଠକ ଶିବ ଶଙ୍କର ପ୍ରଧାନ, ଜଗନ୍ନାଥ ପ୍ରସାଦ ବ୍ଲକ ଉପାଧ୍ୟକ୍ଷ ନିଳାଞ୍ଚଳ ଖିଲାର, ସରପଞ୍ଚ ରୋଜି ବରାଡ଼,ଆଇନଜୀବି ସନ୍ତୋଷ ପାଳ ଓ ଅନ୍ୟମାନେ ଉପସ୍ଥିତ ଥିଲେ।ଅତିଥିମାନଙ୍କ ଦ୍ଵାରା ଭଞ୍ଜନଗର ଅଞ୍ଚଳର ସମାଜସେବୀ ତଥା ୟୁଡିଏ ମୁଖ୍ୟ ଜୟକୃଷ୍ଣ ପଟ୍ଟନାୟକ ଙ୍କୁ ଓ ଅନ୍ୟ ବିଶିଷ୍ଠ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଅରକ୍ଷିତ ପରିଛା ମଞ୍ଚ ପରିଚାଳନା କରିଥିବା ବେଳେ ଗ୍ରାମର ଯୁବ ସଙ୍ଗଠକ କୁବେର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।ଶେଷରେ ଭଞ୍ଜନଗର ସହରର ଅଗ୍ରଣୀ ନୃତ୍ୟାନୁଷ୍ଠାନ ୟୁନିକ ଡ୍ୟାନ୍ସ ଏକାଡେମୀ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଅନୁଷ୍ଠାନର କୁନି କୁନି ନୃତ୍ୟଶିଳ୍ପୀଙ୍କ ଠାରୁ ଆରମ୍ଭ ସିନିଅର ଛାତ୍ରଛାତ୍ରୀ ମାନେ ନିଜ ନିଜ ନୃତ୍ୟ ମାଧ୍ୟମରେ ଓ ହାସ୍ୟଭିନେତା ଦୀପକ କମେଡ଼ି ଦ୍ୱାରା ଉପସ୍ଥିତ ଦର୍ଶକଙ୍କ ଭରପୁର ମନୋରଞ୍ଜନ କରିଥିଲେ।ଏଥିରେ ୟୁଡିଏ ର ମାଷ୍ଟର ପିଣ୍ଟୁ, ମାଷ୍ଟର ପ୍ରମୋଦ, ଜିତେନ୍ ଓ ଅନ୍ୟମାନେ ସହଯୋଗ କରିଥିଲେ।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)