ପୋଲସରା ,୧୧/୧୦(ପିପିଟି):ପୋଲସରା ବ୍ଲକର କଳମ୍ବ ଗ୍ରାମ ସ୍ଥିତ ନେହୁରୁ ଯୁବ ସ°ସଦ ଏଵଂ ଗ୍ରାମ ଉନ୍ନୟନ ପରିଷଦ ପକ୍ଷରୁ ମିଳିତଭାବେ ଏକ ସଚେତନତା କାର୍ଯ୍ୟକ୍ରମ ଶନିବାର ଦିନ କରାଯାଇଥିଲା। ଯୁବ ସଭାପତି ଅଶୋକ କୁମାର ସାହୁ ଏଵଂ ପରିଷଦର ସଭାପତି ରାମକୃଷ୍ଣ ସାହୁ ଉଭୟଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମଗ୍ର ଗ୍ରାମରେ ଏକ ଶୋଭାଯାତ୍ରା କରାଯିବାସହ ଗାଁରେ ଶାନ୍ତି ଶୃଙ୍ଖଳା ରଖିବାପାଇଁ ଗାଁ ପରିସର ମଧ୍ୟରେ ମଦ ବିକ୍ରୟ, ମଦ୍ୟପାନ, କୌଣସି ପ୍ରକାର ଜୁଆ ଖେଳିବା ଏଵଂ କୌଣସି ପ୍ରକାର ବିଶୃଙ୍ଖଳା କରି ଅପ୍ରିତିକର ସମାଜ ବିରୋଧୀ କାର୍ଯ୍ୟଗୁଡିକରୁ ନିବୃତ୍ତ (ମୁକ୍ତ) ରହିବାକୁ ସଚେତନ କରାଯାଉଥିଲା। ଯଦି ଉକ୍ତ ସମସ୍ତ ନିୟମକୁ ଯଦି କେହି ଉଲଙ୍ଘନ କରିବାକୁ ଚେଷ୍ଟା କରେ ତେବେ ଉଭୟ ସ°ଗଠନ ତରଫରୁ ଆହୁତ ବୈଠକରେ କରାଯାଉଥିବା ସର୍ବସମ୍ମତି ନିଷ୍ପତି ପ୍ରକାରେ ଉପଯୁକ୍ତ ଦଣ୍ଡିତ କରାଯିବା ପରେ ପ୍ରଶାସନର ସହଯୋଗରେ ଉକ୍ତ ବ୍ୟକ୍ତି ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ସକାଶେ ଅବଗତ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଏହି ପ୍ରଶ°ସନୀୟ ପ୍ରେରଣାଦାୟୀ ସଚେତନ କାର୍ଯ୍ୟକ୍ରମରେ ସ°ସଦର ସମ୍ପାଦକ ସତ୍ୟନାରାୟଣ ପ୍ରଧାନଙ୍କ ସମେତ ଉଭୟ ସ°ଗଠନର ବିଭିନ୍ନ ପଦପଦବୀର କର୍ମକର୍ତ୍ତା,ଗ୍ରାମର ବରିଷ୍ଠ ନାଗରିକ ବୃନ୍ଦ ଓ ଯୁବକମାନେ ଯୋଗଦେଇ ସହଯୋଗ କରିଥିଲେ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା