ମା ସୁରେଶ୍ଵରୀ ଙ୍କ ନବ ଦିନାତ୍ମକ ଚଣ୍ଡୀ ଯଜ୍ଞ ଉଦଯାପିତ : ମା ଙ୍କ ଦର୍ଶନ କରି କୃପା ଲାଭ କଲେ ଲକ୍ଷାଧିକ ଭକ୍ତ ।

0 198

ସୁବର୍ଣ୍ଣପୁର ,୦୩/୧୦(ପିପିଟି):ସୁବର୍ଣ୍ଣପୁରରେ ମା ସୁରେଶ୍ଵରୀ ଙ୍କ ନବ ଦିନାତ୍ମକ ସପ୍ତଶତୀ ଚଣ୍ଡୀ ଯଜ୍ଞ ମହୋତ୍ସବ ଆଜି ଉଦଯାପିତ ହୋଇଛି । ମା ଙ୍କ ଦ୍ଵାର ଫିଟା ନୀତି ପରେ ଯଜ୍ଞ ର ସମସ୍ତ କର୍ତ୍ତା ସପତ୍ନୀକ ଓ ସଦସ୍ୟ ଅପରାଜିତା ପୂଜା ରେ ଅଂଶ ଗ୍ରହଣ କରିଥିଲେ ।ପରେ ମଙ୍ଗଳ ଆଳତୀ ଓ ପୂର୍ଣାହୂତି ପ୍ରଦାନ କରାଯାଇ ବିଶ୍ଵ ର କଲ୍ୟାଣ ପାଇଁ ପ୍ରାର୍ଥନା କରା ଯାଇଥିଲା । ଏହି ପୂଜା ରେ ଆଜି ଓଡିଶା ହାକୋର୍ଟ ର ପ୍ରାକ୍ତନ ବିଚାରପତି ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ ଓ ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ସମେତ ରାଜ୍ଯ ବୟନିକା ସଭାପତି ପ୍ରକାଶ ଚନ୍ଦ୍ର ମେହେର ଯୋଗ ଦେଇ ସମସ୍ତ ଦେବା ଦେବୀ ଙ୍କ ଦର୍ଶନ କରି କୃପା ଲାଭ କରିଥିଲେ ଓ ଜିଲ୍ଲା ର ଦୃତ ବିକାଶ ଲାଗି ଓ ଜଗତ କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ । ଯଜ୍ଞ ମଣ୍ଡପ ରେ ଆବାହିତ ସମସ୍ତ ଦେବା ଦେବୀ ଙ୍କୁ ମନ୍ତ୍ର ବିସର୍ଜନ କଲା ପରେ ମା ସୁରେଶ୍ଵରୀ ଗଙ୍ଗା ଓ ଶ୍ରୀ ରାମେଶ୍ବର ତ୍ରିବେଣୀ ସଙ୍ଗମ ଠାରେ ଭସାଣୀ କରାଗଲା । ପଣ୍ଡିତ କାଳୀ ପ୍ରସାଦ ମିଶ୍ର, ଯଜ୍ଞ କମିଟି ର ସଦସ୍ୟ ଶ୍ରୀବତ୍ସ ମଲ୍ଲିକ, ବୈକୁଣ୍ଠ ଶତପଥୀ, ସତ୍ୟ ନାରାୟଣ ତ୍ରୀପାଠୀ, ରବି ମହାପାତ୍ର, ଅଟଳ ମହାପାତ୍ର, ଜ୍ୟୋତି ରଞ୍ଜନ ପଟ୍ଟନାୟକ, ଶବ୍ୟା ମହାପାତ୍ର, ପଠାଣ କୁମାର ପଣ୍ଡା, ନିରଞ୍ଜନ ତ୍ରିପାଠୀ, ପ୍ରମୋଦ କୁମାର ସାହୁ, ଆଶିଷ ଅଗ୍ରୱାଲ, ମନୋରଞ୍ଜନ ତ୍ରୀପାଠୀ, ଗୋପାଳ ନେଗୀ, ଲଡୁ କିଶୋର ମଲ୍ଲିକ, ଶେଷଦେବ ମେହେର, ରଶ୍ମି ସାହୁ, ମନୋଜ ପଣ୍ଡା, ଇନ୍ଦୁ ମତି ପୁରୋହିତ ପ୍ରମୁଖ ଯଜ୍ଞ କମିଟି ଓ ଦେବୋତ୍ତର କମିଟି ର ସମସ୍ତ୍ ସଦସ୍ୟ ଯଜ୍ଞ ର ସମସ୍ତ କାର୍ଯ୍ଯ ରେ ସହଯୋଗ କରିଥିଲେ । ସ୍ୱଚ୍ଛ ଭାରତ ସଙ୍ଗଠନ, ଦିବ୍ୟ ଉର୍ଯ୍ୟା ଯୋଗ ସେମିତି, ସୋନପୁର କଲେଜ ଏନ ସି ସି, ଗୋପାଲ୍ଜି ଯୋଗାଳୟ, ଶିକ୍ଷକ ସଂଘ, ମହିଳା ଯୋଗ ସମିତି, ସହର ର ସମସ୍ତ ସ୍ବେଛାସେବୀ ସଂଗଠନ ଯଜ୍ଞ ମହୋତ୍ସବ ର ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ , ସ୍ବଚ୍ଛତା,ଶୃଙ୍ଖଳା ଓ ସାଂସ୍କୃତିକ କାର୍ଯ୍ଯକ୍ରମ ରେ ସହଯୋଗ କରିଥିଲେ ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.