ଅନୁଗୁଳ,୨୭/୦୯: ଦଦାର ଠେଙ୍ଗା ମାଡ଼ରେ ପୁତୁରାର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଅନୁଗୁଳ ବନ୍ତଳା ଥାନା ଅନ୍ତର୍ଗତ ବଡ଼ କଞ୍ଜିନି ଗ୍ରାମର ପ୍ରଦିପ ଦାସଙ୍କ ପୁଅ ସୁଦର୍ଶନ ଦାସ (୩୮) ଗତକାଲି ରାତିରେ ଦାଦା ବସନ୍ତ ଦାସଙ୍କ ପାଇଁ ଖାଇବା ନେଇ ଯାଉଥିଲେ ଦାଦା ମାନସିକ ରୋଗ ରେ ଥିବା ବେଳେ ସେ ଘରକୁ ନ ଆସି ଗାଁ ପାଖ ମଶାଣି ଘରେ ରହୁଥିଲେ ପ୍ରତେକ ଦିନ ତାଙ୍କ ପାଇଁ ଘରୁ ଖାଇବା ନେଇ ପୁତୁରା ଯାଆନ୍ତି ପୁତୁରା ଘରକୁ ନ ଫେରିବାରୁ ସୁଦର୍ଶନ ଙ୍କ ସ୍ତ୍ରୀ ସକାଳେ ଖୋଜିବାକୁ ଯାଇଥିବା ବେଳେ ସୁଦର୍ଶନଙ୍କ ମୃତ ଦେହ ପଡ଼ିଥିବା ଦେଖି ଘର ଲୋକେଙ୍କୁ ଖବର ଦେଇଥିଲେ ଘଟଣା ସ୍ଥଳରେ ଘରଲୋକେ ଓ ଗାଁ ଲୋକମାନେ ପହଞ୍ଚି ବନ୍ତଳା ପୋଲିସକୁ ଖବର ଦେଇଥିଲେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାପଡିଛି। ଗାଁ ଲୋକମାନେ ଦାଦାକୁ ଅଟକ ରଖି ପୋଲିସ ଜିମାରେ ଦେଇଛନ୍ତି।