ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ଜଗତଜନନୀ ମାଆ ।

0 169

ସୁବର୍ଣ୍ଣପୁର ,୨୫/୦୯(ପିପିଟି):ଗତକାଲି ନବରାତ୍ରର ତୃତୀୟ ଦିନରେ ସୁବର୍ଣ୍ଣପୁରର ଇଷ୍ଟ ଦେବୀ ମା ସୁରେଶ୍ଵରୀଙ୍କ ପୀଠରେ ସପ୍ତସତୀ ଚଣ୍ଡୀଯଜ୍ଞ ଚାଲୁ ରହିଥିବା ବେଳେ ଭୋର ସମୟରୁ ମନ୍ଦିର ଖୋଲା ଯାଇ ଯଥା ବିଧି ପୂଜାର୍ଚ୍ଚନା ଶେଷ ହୋଇଥିବା ବେଳେ ଚନ୍ଦ୍ରଘଣ୍ଟା ବେଶରେ ମା ଉଭା ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ମନ୍ଦିରରେ ନବଦିନ ବ୍ୟାପୀ ଚଣ୍ଡୀ ମହାଯଜ୍ଞର ତୃତୀୟ ଦିବସରେ ସୂର୍ଯ୍ୟ ପୂଜା, ଗୋ ପୂଜା, ଗୁରୁ, ବ୍ରାହ୍ମଣ ପୁଜନମ ବିଭିନ୍ନ ଦେବଦେବୀଙ୍କ ପୂଜାପାଠ ସୁରେଶ୍ଵରୀଙ୍କ ଷୋଡଶ ଉପଚାର ପୂଜା ଆରତୀ ପୁଷ୍ପାଞ୍ଜଳି ସହ ଚଣ୍ଡୀ ଯଜ୍ଞ, ହବନ, ଆରତୀ, ପୁଷ୍ପାଞ୍ଜଳି ଓ ପ୍ରସାଦ ବଣ୍ଟନ ହେବା ନେଇ କମିଟି ପକ୍ଷରୁ ସୂଚନା ମିଳିଛି । ସେହିପରି ସହର ର ସର୍ବ ପୁରାତନ ମା ଭଗବତୀ ଙ୍କ ପୀଠରେ ମଧ୍ଯ ଚନ୍ଦ୍ରଘଣ୍ଟା ବେଶ ରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା ଭଗବତୀ । ସେହିଭଳି ସହରର ଗଡ଼ଭିତର ସ୍ଥିତ ଦୁର୍ଗା ମନ୍ଦିର ଏବଂ ବିନିକାର ପୁରୁଣା ବସଷ୍ଟାଣ୍ଡ,ଦୈନଦିନ ବଜାର,ଦଣ୍ଡସନା ପଡ଼ା,ଗଜପତି ନଗର,ଗୁଲାପଡ଼ା,ବେଲପଡ଼ା ଆଦି ସ୍ଥାନରେ ମାଁ ଙ୍କ ପୂଜା ମହାସମାରୋହରେ ଅନୁଷ୍ଠିତ ହେଉଥିବାବେଳେ ପୁରୁଣା ବସଷ୍ଟାଣ୍ଡ ଭବ୍ୟ ମନ୍ଦିରରେ ଅନୁଷ୍ଟିତ ଦ୍ଵିତୀୟ ବର୍ଷ ଶାରଦୀୟ ଅବସରରେ ଚାଳିଥିବା ନବରାତ୍ର ପୂଜାର ତୃତୀୟ ଦିବସରେ ମାଁ ଦେବୀ ଦୂର୍ଗା ଚନ୍ଦ୍ରଘଣ୍ଟା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି।ଏଥିରେ ମୁଖ୍ୟ କର୍ତ୍ତା ଭାବେ ସୁନିଲ ପାତ୍ର ଓ ତାଙ୍କ ଧର୍ମପତ୍ନୀ ସୁକନ୍ୟା ପାତ୍ର ରହିଥିବା ବେଳେ ସହଯୋଗୀ କର୍ତ୍ତା ଭାବେ ସିଦ୍ଧାର୍ଥ ଜୁନିଅର କଲେଜର ଅବସରପ୍ରାପ୍ତ କର୍ମଚାରୀ ଗରିବ ସାଳମା ଓ ତାଙ୍କ ଧର୍ମପତ୍ନୀ ଅଧ୍ୟକ୍ଷା ରେଖା ପ୍ରଧାନ,ବିନିକା ଥାନା ଅଧିକାରୀ ସତ୍ୟ ନାରାୟଣ ପ୍ରଧାନ ଓ ତାଙ୍କ ଧର୍ମପତ୍ନୀ ସରିତା ରାଣୀ ପ୍ରଧାନ ପ୍ରମୁଖ ଦାୟିତ୍ଵ ତୁଲାଇଥିଲେ।ସେହିପରି ମୁଖ୍ୟ ପୂଜକ ଭାବେ ସୁବାସ ଚନ୍ଦ୍ର ବଡ଼ପଣ୍ଡା,ମନ୍ଦିର ପୂଜକ ଜନାର୍ଦ୍ଦନ ଆଚାର୍ଯ୍ୟ ପୂଜା କାର୍ଯ୍ୟ ତୁଲାଇଥିଲେ ।ଆଜି ସନ୍ଧ୍ୟାରେ ମାଁ ଙ୍କ ଦର୍ଶନ ପାଇଁ ମନ୍ଦିରରେ ବହୁ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼ ହୋଇଥିଲା । ତେବେ ଆସନ୍ତୁ ଜାଣିବା ମା’ଙ୍କର ଏହି ବେଶ ମହାତ୍ମ୍ୟ ବିଷୟରେ । ନବଦୁର୍ଗାଙ୍କ ମଧ୍ୟରୁ ତୃତୀୟ କରନ୍ତି ଦୁର୍ଗା- ଚନ୍ଦ୍ରଘଣ୍ଟା ତାଙ୍କର ମସ୍ତକରେ ଘଣ୍ଟା ଆକାରରେ ଅର୍ଦ୍ଧଚନ୍ଦ୍ର ସୁଶୋଭିତ ତାଙ୍କର ଶରୀର ସ୍ବର୍ଣ୍ଣାଭ ଓ ଉଜ୍ଜ୍ବଳ, ସେ ଦଶଭୁଜା । ସେହି ଦଶଭୁଜରେ ଖଡ୍‌ଗ ଓ ବାଣ ଆଦି ବିଭୂଷିତ , ସେ ସିଂହବାହିନୀ  ତାଙ୍କର ଘଣ୍ଟାଧ୍ବନିରେ ଦୁରାଚାରୀ ଦୈତ୍ଯ ପ୍ରକମ୍ପିତ ହୁଅନ୍ତି । ସେ ତୃତୀୟ ଦିନର ଉପାସ୍ୟା । ସାଧକ ଏହି ମଣିପୁର ଚକ୍ରରେ ପ୍ରବେଶ। ଏବଂ ମାତା ଚନ୍ଦ୍ରଘଣ୍ଟାଙ୍କ କୃପାରେ ତାଙ୍କର ସମସ୍ତ ପାପ ଓ ବାଧା ନାଶ ହୁଏ । ଏହାଙ୍କର ବାହନ ସିଦ୍ଧି ହୋଇଥିବାରୁ ସାଧକ ପରାକ୍ରମୀ ଓ ନିର୍ଭୟ ହୁଅନ୍ତି  କିନ୍ତୁ ଦୁଷ୍ଟ ଦମନ ହେବା ଯୋଗୁଁ ସେ ମାତାଙ୍କ ପରି ଶାନ୍ତ ରହନ୍ତି । ତାହାଙ୍କର ଶରୀରରୁ ଦିବ୍ୟ ଆଭାର ବିକିରଣ ହୁଏ । ଏହାଙ୍କର ଉପାସନା ମନୁଷ୍ୟକୁ ସାଂସାରିକ କଷ୍ଟରୁ ମୁକ୍ତ କରି ପରମପଦର ଅଧିକାରୀ କରିଥାଏ ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.