ରୋଟାରୀ କ୍ଲବ ତରଫରୁ ୨୨ଜଣଙ୍କୁ ନେସନ ବିଲ୍ଡର ଆୱାର୍ଡ ପ୍ରଦାନ ।

0 305

ଭଞ୍ଜନଗର, ୨୪/୦୯(ପିପିଟି):ଭଞ୍ଜନଗର ରୋଟାରୀ କ୍ଲବ ତରଫରୁ ଯେଉଁ ବେସରକାରୀ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ରାଷ୍ଟ୍ର ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ସେମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ସମ୍ବର୍ଦ୍ଧିତ କରାଯାଇଛି।ଭଞ୍ଜନଗର ଓ ବେଲଗୁଣ୍ଠା ବ୍ଲକର ମୋଟ ୨୨ଟି ବିଦ୍ୟାଳୟର ଆଦର୍ଶ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନେସନ ବିଲ୍ଡର ଆୱାର୍ଡରେ ସମ୍ମାନିତ କରାଯାଇଛି।ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ, ସମ୍ମାନିତ ଅତିଥି ରୂପେ ଅଧ୍ୟାପକ ସନ୍ତୋଷ କୁମାର ଆପଟ, ରୋଟାରୀ କ୍ଲବ ସଭାପତି ରଞ୍ଜିତ କୁମାର ବାରିକ, ସମ୍ପାଦକ ଗୁପ୍ତେଶ୍ଵର ସୁବୁଦ୍ଧି ଓ ରୋଟାରିଆନ ସୁଧୀର ପାଣିଗ୍ରାହୀ ମଞ୍ଚାସୀନ ଥିଲେ।ସଭା କାର୍ଯ୍ୟ ପରିଚାଳନା କରିଥିଲେ ଶ୍ରୀରାମ ପ୍ରସାଦ ପାଳ।ଗୁରୁମନେ ସଦାସର୍ବଦା ନିଜ ଛାତ୍ରଛାତ୍ରୀଙ୍କୁ ଉତ୍ତମ ଦିଗଦର୍ଶନ ଦେବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ସହାୟକ ହୋଇଥାନ୍ତି।ତେଣୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୌଣସି ପାତରଅନ୍ତର ନକରି ସମସ୍ତଙ୍କୁ ସେମାନେ ନିଜର ସର୍ବୋତ୍ତମ ଶିକ୍ଷା ପ୍ରଦାନ କରିଥାନ୍ତି।ଯାହା ଫଳରେ ଗୁରୁ ଶିଷ୍ୟର ସଫଳତାରେ ଆତ୍ମସନ୍ତୋଷ ପାଇଥାଏ ବୋଲି ଅତିଥିମାନେ କହିଥିଲେ। ବେସରକାରୀ ବିଦ୍ୟାଳୟରେ ବହୁ ପରିଶ୍ରମ କରି କମ ଦରମାରେ କାର୍ଯ୍ୟରତ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ସେମାନଙ୍କ ଉଲ୍ଲେଖନୀୟ ଅବଦାନ ସକାଶେ ଆଜି ରାଷ୍ଟ୍ର ନିର୍ମାଣରେ ମୁଖ୍ୟ ପୁରୋଧା ସାଜିଛନ୍ତି।ତେଣୁ ସେଭଳି ବ୍ୟକ୍ତିତ୍ୱଙ୍କୁ ଚିହ୍ନଟ କରି ସେମାନଙ୍କୁ ମାନପତ୍ର, ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ଅତିଥିମାନେ ସମ୍ମାନିତ କରିଥିଲେ।ଏଥିରେ ସନ୍ତୋଷ କୁମାର ଜେନା, ଡ଼ା.ବି. ପ୍ରଣବାନନ୍ଦ ପାତ୍ର, ରାମଚନ୍ଦ୍ର ମିଶ୍ର, ପ୍ରଦ୍ୟୁମ୍ନ ମଲିକ,ରବୀନ୍ଦ୍ର ପାଣିଗ୍ରାହୀ,ବସନ୍ତ ପାତ୍ର, ଧର୍ମେନ୍ଦ୍ର ବିଷୋୟୀ, ଜୟ ଶଙ୍କର ପାତ୍ର, ବି. ସନ୍ତୋଷ, କୁଞ୍ଜ ବିହାରୀ ନାୟକ,ଏମ୍. ମନୋଜ ପାତ୍ର, ଦିଲୀପ ରାଜୁ, ରାମ ନାରାୟଣ ପାତ୍ର, ସୁଶାନ୍ତ ବେହେରା, ସୁମନ ପୃଷ୍ଟି, ସନତ ସୁବୁଦ୍ଧି, ଶ୍ରୀନିବାସ ସୁବୁଦ୍ଧି,ଭି. ଦେବୀ ପ୍ରସାଦ, ପ୍ରଥମ ମହିଳା ସୁନିତା ବାରିକ ଓ ଅନ୍ୟମାନେ ସହଯୋଗ କରିଥିଲେ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.