ବ୍ଲକ ସ୍ତରୀୟ ସୁସ୍ଥ ନାରୀ ସଶକ୍ତ ପରିବାର କାର୍ଯ୍ୟକ୍ରମ ।

0 162

ମାଲକାନଗିରି,୨୪/୦୯(ପିପିଟି): ପାଣ୍ଡ୍ରିପାଣି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ବ୍ଲକ ସ୍ତରୀୟ ସୁସ୍ଥ ନାରୀ ସଶକ୍ତ ପରିବାର କାର୍ଯ୍ୟକ୍ରମ ବିଶେଷଜ୍ଞ ଶିବିର ପୂର୍ବାହ୍ନରେ ଉଦଘାଟନ ହୋଇଯାଇଛି । ଏହି ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଏବଂ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ସଭ୍ଯ କୃଷ୍ଣ ଚନ୍ଦ୍ର ଅନୁଗୁ, ବ୍ଲକ ଅଧକ୍ଷ୍ୟ ଗୌରୀ ପୋଡିଆମୀ, ପାଣ୍ଡ୍ରିପାଣି ସରପଞ୍ଚ ସାବିତ୍ରୀ କ୍ରିସାନି, ସମିତି ସଭ୍ଯ ସୁନ୍ଦରରାଓ ସେଡା ରାୟ ଉପସ୍ଥିତ ରହିଥିଲେ । ଏହି ଉଦଘାଟନ କାର୍ଯ୍ୟକ୍ରମରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରପରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଡୋଳାମଣି ପ୍ରଧାନ ଏବଂ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ଯାଣ ବିଭାଗ) ଡା. ଚୌଧୁରୀ ନିହାର ରଞ୍ଜନ ପ୍ରହରାଜ, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳିକ (ଜାତୀୟ ସ୍ୱାସ୍ଥ୍ୟ ମିଶନ) ଡ଼ା ମୌସୁମୀ ମିଶ୍ର ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପାଣ୍ଡ୍ରିପାଣି ଭIରIପ୍ରାପ୍ତ ଚିକିତ୍ସI ଅଧିକାରୀ ଡା ନିଶାନ୍ତ ଦାଶ ଯୋଗଦେଇଥିଲେ । ସାଂସଦ ଶ୍ରୀଯୁକ୍ତ ବଳଭଦ୍ର ମାଝୀ ଏବଂ ଉପସ୍ଥିତ ସମ୍ମାନିତ ଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରଯାଇଥିଲା ଏବଂ ଏକ ସାଧାରଣ ସଭାର ଆୟଜନ କରଯାଇଥିଲା । ଏହି ସଭାରେ ସାଂସଦ ସୁସ୍ଥ ନାରୀ, ସଶକ୍ତ ପରିବାର ପାଳନ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ମହିଳାଙ୍କୁ ଉଦବୋଧନ ଦେଇଥିଲେ I ଏହା ସହ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ବିଶେଷଜ୍ଞ ଶିବିର ର ଆବଶ୍ୟକତା ଏବଂ ନାରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ବିଷୟରେ ବୁଝାଈଥିଲେ । ଏହି ସଚେତନତା ସଭାକୁ ଜିଲ୍ଲା ଏପିଡେମିଲଜିଷ୍ଟ ଡା ଦୂର୍ଗା ପ୍ରସାଦ ରାଜ ପରିଚାଳନା କରିଥିଲେ । ଏହି ଶିବିରରେ ସମୁଦାୟ ୨୭୪ ଜଣ ସ୍ୱାସ୍ଥ୍ୟ ପରୀକ୍ଷI ଓ ଚିକିତ୍ସା କରିଥିଲେ ଏବଂ ସେଥି ମଧ୍ୟରୁ ୨୪୬ ଜଣ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷI ଓ ଚିକିତ୍ସା କରାଯାଇଥିଲା । ଏହା ସହ ୧୦ ଜଣ କିଶରୀ ବାଳିକା, ୧୭ ଜଣ ଗର୍ଭବତୀ ମହିଳା, ୫ ବର୍ଷରୁ କମ୍ ୩୧ ଜଣ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷI ଓ ଚିକିତ୍ସା କରଯାଇଥିଲା । ଏହି ଉଦଘାଟନ ଉତ୍ସବ କାର୍ଯ୍ୟକ୍ରମକୁ ବ୍ଲକ କାର୍ଯକ୍ରମ ପରିଚାଳକ ପ୍ରୀତି ରଞ୍ଜନ ମହାନ୍ତି, ଜନସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମଙ୍ଗରାଜ ଡୁରୁକା, ବ୍ଲକ ହିସାବ ପରିଚାଳକ ସୁନିତା ରାନୀ ପଟ୍ଟନାୟକ, ତଥ୍ୟ ପରିଚାଳିକା ଧୀରେଶ କୁମାର ପାତ୍ର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।
ସୁସ୍ଥ ନାରୀ, ସଶକ୍ତ ପରିବାର କାର୍ଯ୍ୟକ୍ରମରେ ଉପଖଣ୍ଡ ଡାକ୍ତରଖାନ । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପାଣ୍ଡ୍ରିପାଣି ଅଧିନସ୍ଥ ପେଡାକୋଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁଡୁମୁଲୁଗୁମ୍ମା ଅଧିନସ୍ଥ ଯୋଡାମ୍ବ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କIଲିମେଳା ଅଧିନସ୍ଥ ମାନ୍ୟମକୋଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ମଧ୍ୟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସ୍ତରୀୟ ବିଶେଷଜ୍ଞ ଶିବିର ଅନୁଷ୍ଠିତ ହୋଇଥିଲା ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.