ଜିଲ୍ଲାପାଳଙ୍କ ଉନ୍ନୟନ କାର୍ଯ୍ୟ ସମୀକ୍ଷା ।

0 188

ମାଲକାନଗିରି, ୨୪/୦୯(ପିପିପି):ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଞ୍ଚଳ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି । ଆଜି କୋରକୁଣ୍ଡା ବ୍ଳକ୍ ଅନ୍ତର୍ଗତ ତାର୍ଲାକୋଟା ଗ୍ରାମ ପଞ୍ଚାୟତ ଗସ୍ତ କରି ସେଠାକାର ବାର୍ଷିକ କାର୍ଯ୍ୟ ତଦାରଖ କରିବା ସହିତ ସେଠାରେ ଥିବା ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିଥିଲେ। ସେହିପରି ତାର୍ଲାକୋଟା ଏବଂ ତାର୍ଲାକୋଟା -ବି ଗ୍ରାମର ୮୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ହିତାଧିକାରୀଙ୍କ ସହ କଥା ହୋଇଥିଲେ । ସେଠାରେ ପି.ଏମ୍ ଜନ୍ ମନ୍ ଯୋଜନା ଅଧୀନରେ ଚାଲିଥିବା ଗୃହ ନିର୍ମାଣ କାର୍ଯ୍ୟ ବୁଲି ଦେଖିଥିଲେ । ସୂଚନା ଥାଉକି ଲୋକଙ୍କ ନିକଟରେ ସରକାରଙ୍କ ସମସ୍ତ ଯୋଜନାର ସୁବିଧାରେ ପହଞ୍ଚାଇବା ପାଇଁ ପ୍ରୟାସ କରୁଛନ୍ତି । ଏଣୁ ଅଭିନବ ପଦକ୍ଷେପ ସ୍ୱରୂପ ଅପହଞ୍ଚ ଅଞ୍ଚଳର ଗ୍ରାମ ପଞ୍ଚାୟତ ମାନଙ୍କରେ ପ୍ରଥମ ଥର ପାଇଁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଆୟୋଜନ କରାଯାଇଛି। ଏହି ବ୍ୟତୀତ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା କରାଯାଇ ତୁରନ୍ତ ଘଟଣା ସ୍ଥଳରେ ଅନଲାଇନ୍ ସୁବିଧା ଯୋଗାଇ ଦିଆଯାଉଛି। ଏହି ଗସ୍ତ ସମୟରେ କୋରକୁଣ୍ଡା ବିଡିଓ ଅମୂଲ୍ୟ ସାହୁ ଓ ବ୍ଳକର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.