ଯାଜପୁର ଜିଲ୍ଲା ଶ୍ରମ ବିଭାଗ ତରଫରୁ ଶ୍ରମିକ ସହାୟତା ରାଶି ପ୍ରଦାନ ।

0 130

ଯାଜପୁର,୨୪/୦୯(ପିପିଟି): ଯାଜପୁର ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଜିଳ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ନିର୍ଦ୍ଦେଶ କ୍ରମେ ବୁଧବାର ଦିନ ଯାଜପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ରେ ଯାଜପୁର ରେଞ୍ଜ ଯୁଗ୍ମ ଶ୍ରମ କମିଶନର ଶିବ ଶଙ୍କର ମିଶ୍ର, ପ୍ରଭାଗୀୟ ଶ୍ରମ କମିଶନର ସତ୍ୟ ନାରାୟଣ ଆଚାର୍ଯ୍ଯ,ଜିଲ୍ଲା ଶ୍ରମ ଅଧିକାରୀ ସୁଧୀର କୁମାର ସାହୁଙ୍କ ଉପସ୍ଥିତିରେ ଓଡିଶା କୋଠାବାଡି ଓ ନିର୍ମାଣ ଶ୍ରମିକ କଲ୍ଯାଣ ବୋର୍ଡ ଶ୍ରମିକ ମାନଙ୍କ କଲ୍ୟାଣ ପାଇଁ ଦୁଇ କୋଟି ସତର ଲକ୍ଷ ତେତିଶ ହଜାର ଚାରି ଶହ (୨,୧୭,୩୩,୪୦୦/-) ଟଙ୍କାର ଅର୍ଥ ରାଶି ୬୮୧ ଜଣ ଶ୍ରମିକଙ୍କୁ ଡମି ଚେକ ମାଧ୍ୟମରେ ପ୍ରଦାନ କରିଥିଲେ । ଓଡିଶା ଅଣସଙ୍ଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ତରଫରୁ ଦୁଇ(୨) ଜଣ ମୃତ ହିତାଧିକାରୀଙ୍କ ମନୋନିତ ବ୍ଯକ୍ତିଙ୍କୁ ଚାରି ଲକ୍ଷ(୪,୦୦,୦୦୦/-) ଟଙ୍କାର ସହାୟତା ରାଶି ସିଧା ଶ୍ରମିକ ମାନଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି ବୋଲି ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ତରଫରୁ ପ୍ରକାଶ । ଆଜିର ଏହି ସହାୟତା ବଣ୍ଟନ କାର୍ଯ୍ୟକ୍ରମରେ ଶିକ୍ଷା ସହାୟତା ବାବଦରେ ୪୫୨ ଜଣଙ୍କୁ ୩୯,୭୩,୪୦୦/- ଟଙ୍କା, ବିବାହ କାଳୀନ ସହାୟତା ବାବଦରେ ୧୪୧ ଜଣଙ୍କୁ ୬୯,୫୦,୦୦୦/- ଟଙ୍କା, ପ୍ରସୂତୀ କାଳୀନ ସହାୟତା ବାବଦରେ ୧୩ ଜଣଙ୍କୁ ୧,୩୦,୦୦୦/- ଟଙ୍କା, ମୃତ୍ୟୁ କାଳୀନ ସହାୟତା ବାବଦରେ ୩୯ ଜଣ ନୋମିନିଙ୍କୁ ୧,୦୫,୦୦,୦୦୦/- ଟଙ୍କା ଏବଂ ଅନ୍ତେଷ୍ଟିକ୍ରିୟା ସହାୟତା ରାଶି ବାବଦରେ ୩୬ ଜଣ ନୋମିନିଙ୍କୁ ୧,୮୦,୦୦୦/- ଟଙ୍କା ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.