ଛାତ୍ରୀ ସୁନାଲି ବେହେରା ମୃତ୍ୟୁ ଘଟଣା;ପରିବାର ତରଫରୁ ହତ୍ୟା ଅଭିଯୋଗ ।

0 648

ପୋଲସରା୨୪/୦୯(ପିପିଟି): ପୋଲସରାରେ ଚାଞ୍ଚଲ୍ୟ;ଝିଅ ପାଠ ପଢିବାକୁ ଯାଇ ଆଉ ଫେରିଲାନୀ। ପରିବାର ତରଫରୁ ଥାନାରେ ହତ୍ୟା ଅଭିଯୋଗ ସନ୍ଦେହ ଘେରରେ ବାପପୁଅର ଭୂମିକା। ପୋଲିସର ଛାନବିନ୍ ଜାରି। ଏଭଳୀ ଏକ ଘଟଣା ଆଜି ପୋଲସରା ବ୍ଲକ୍ ଓ ଥାନା ଅନ୍ତର୍ଗତ ଖଣ୍ଡୁରୁ ଗ୍ରାମ ପଞ୍ଚାୟତ ସ୍ଥିତ ଡି. ଚଢ଼ିଆପଡା ଗ୍ରାମରେ ଘଟିଯାଇଛି। ମୃତ ୧୯ ବର୍ଷିଆ ଝିଅର ନାମ ଶୁନାଲି ବେହେରା ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରୀ। ଝିଅଟିର ଘର ଏହି ପୋଲସରା ବ୍ଲକ୍ ବାଲିଛାଇ ଗ୍ରାମରେ। ସୁନାଲୀର ମାତା ରିଙ୍କି ବେହେରା ପୋଲସରା ଥାନାରେ ଦେଇଥିବା ଉଲ୍ଲେଖିତ ଅଭିଯୋଗ ପତ୍ର  ପ୍ରକାରେ ପ୍ରତିଦିନ ଭଳି ଆଜି ତାଙ୍କ ପରିବାରର ଏକ ମାତ୍ର ଝିଅ ସୁନାଲି ବେହେରା ସକାଳ ୮ଟା ୩୦ ମି. ସମୟରେ ଘରୁ ପାଠ ପଢିବାକୁ ପୋଲସରାକୁ ବାହାରିଥିଲା। ପରବର୍ତ୍ତୀ ପୂର୍ବାହ୍ନ ୧୦ଟା ୫୫ମି. ସମୟରେ ଉପରୋକ୍ତ ଡି. ଚଢିଆପଡା ଗ୍ରାମର ବାସିନ୍ଦା ଜିତେନ୍ଦ୍ର ସାହୁ ପିତା. ତ୍ୟାବା ସାହୁ ଫୋନ୍ ଯୋଗେ ରିଙ୍କି ପାଖକୁ ଯୋଗାଯୋଗ କରି ଖବର ଦେଇଥିଲା। ଯେ ତୁମର ଝିଅ ସୁନାଲିକୁ ଘରେ କ’ଣ କହିଛ ଯେ, ସେ ଆମ୍ଭ ଘରକୁ ଆସି ଆମ୍ଭ ଘରେ ଦଉଡ଼ି ଦେଇ ମରିଯାଇଛି। ଏହି ଖବର ଶୁଣିବାପରେ ଝିଅର ମାଆ ରିଙ୍କି ବେହେରା ସଙ୍ଗେସଙ୍ଗେ ଗ୍ରାମର ଜୀତେନ୍ଦ୍ର ସାହୁ ନାମକ ବ୍ୟକ୍ତିଙ୍କୁ ସଙ୍ଗରେ ନେଇ ଉକ୍ତ ଚଢ଼ିଆପଡା ଗ୍ରାମକୁ ଯାଇଥିଲେ। ମାତ୍ର ଜୀତେନ୍ଦ୍ର ସାହୁଙ୍କ ଘର ନ ଦେଖିବାକୁ ସେଠାରୁ ସିଧାସଳଖ ଝିଅ ପଢୁଥିବା ପୋଲସରା ବିଜ୍ଞାନ କଲେଜକୁ ଯାଇ ଝିଅର ସାଙ୍ଗସାଥିମାନଙ୍କ ଠାରୁ ଜାଣିବାକୁ ପାଇଥିଲେ। ଯେ,ତାଙ୍କ ଝିଅ କଲେଜକୁ ମୋଟେ ଆସିନାହିଁ। ଏହି ଖବର ଜାଣିବା ପରେ ସମୟ ପ୍ରାୟ ୧୧ଟା ୨୯ମି. (ପୂର୍ବାହ୍ନ)ରେ ଜିତେନ୍ଦ୍ର ସାହୁଙ୍କୁ ଫୋନରେ ଯୋଗାଯୋଗ କରିବାପରେ ଚଡ଼ିଆପଡା ଗ୍ରାମକୁ ଯାଇ ଜିତେନ୍ଦ୍ର ସାହୁଙ୍କୁ ଘର ସମ୍ମୁଖରେ ଛିଡ଼ା ହୋଇଥିବା ଦେଖିବା ସହିତ ତାଙ୍କ ସହିତ କୋଠାଘର ଭିତରକୁ ଯାଇ ଦେଖିବାକୁ ପାଇଥିଲେ ଯେ,ତାଙ୍କର ଏକମାତ୍ର ଝିଅ ସୁନାଲିର ବେକରେ ଆଘାତର ଚିହ୍ନଥିବା ସହିତ ଚଟାଣରେ ମରି ପଡ଼ିଛି। ପରେ ରିଙ୍କି ବେହେରା ଏହି ଘଟଣାକୁ ନେଇ ପୋଲସରା ଥାନାରେ ଜିତେନ୍ଦ୍ର ସାହୁ ଓ ଚନ୍ଦନ ସାହୁ ଉଭୟେ ବାପପୁଅ ମିଶି ତାଙ୍କର ଝିଅକୁ ଟଣ୍ଟିଚିପି ଜୀବନରେ ମାରି ପକାଇ ଦେଇଛନ୍ତି ବୋଲି ଏକ ଅଭିଯୋଗ ଦାଖଲ କରିଛନ୍ତି। ଉକ୍ତ ଏତେଲାକୁ ଆଧାର କରି ପୋଲସରା ଥାନାରେ କେସ ନଂ ୬୯୧/୨୫ରେ ଏକ ମାମଲା ରୁଜୁ କରାଯିବା ସହ ଆଇଆଇସି କୌସିକ ମାଝୀଙ୍କ ନେତୃତ୍ୱରେ ଘଟଣା ସ୍ଥଳକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରାଯିବା ସହିତ ଉକ୍ତ ଜିତେନ୍ଦ୍ର ଓ ଚନ୍ଦନ ଉଭୟଙ୍କୁ ଗିରଫ କରି ପୋଲସରା ଥାନାରେ ଅଟକ ରଖିଛି। ଘଟଣାର ପ୍ରକୃତ କାରଣ ଜାଣିବାକୁ ମୃତକା ସୁନାଲିର ଶବକୁ ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ମେଡ଼ିକାଲକୁ ପଠାଇ ଦିଆଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ୍ ହସ୍ତଗତ ହେଲାପରେ ଯାଇ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟଭାବେ ଜଣାପଡ଼ିବ ବୋଲି ଆଇଆଇସି ଶ୍ରୀଯୁକ୍ତ ମାଝୀ ପ୍ରକାଶ କରିଛନ୍ତି।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.