ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ସ୍ଵସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ।

0 142

ଯାଜପୁର,୨୩/୦୯(ପିପିଟି): ଶ୍ରମ କମିଶନର,ଓଡିଶାଙ୍କ ନିର୍ଦ୍ଦେଶ କ୍ରମେ “ସ୍ୱସ୍ଥ ନାରୀ,ଶସକ୍ତ ପରିବାର ଅଭିଯାନ” ଯାଜପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ତରଫରୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଯାଜପୁର ରୋଡ,ଯାଜପୁର ରେ ଆଜି ଅନୁଷ୍ଠିତ ହୋଇଯାଇଚି । ଏଥିରେ ମୁଖ୍ୟତଃ ମହିଳା ଶ୍ରମିକମାନଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାର ନିରାକରଣ ପାଇଁ ବିଶେଷଜ୍ଞ ଡାକ୍ତରମାନଙ୍କ ଦ୍ଵାରା ବିଭିନ୍ନ ପରୀକ୍ଷା ନିରୀକ୍ଷା କରାଯାଇ ଉପାଦେୟ ପରାମର୍ଶ ଦିଆଯିବା ସହିତ ଔଷଧ ଯୋଗାଇ ଦିଆଯାଇଥିଲା । ଆୟୋଜିତ ଉକ୍ତ ସ୍ଵତନ୍ତ୍ର ଶିବିରରେ ଯାଜପୁର ରୋଡ ଡାକ୍ତରଖାନାର ଅଧିକ୍ଷକ ଡାକ୍ତର ପ୍ରସନଜିତ କର,ଡାକ୍ତର ବିରଞ୍ଚି ନାରାୟଣ ମହାପାତ୍ର,ଯାଜପୁର ରେଞ୍ଜ ଶ୍ରମ କମିଶନର ଶିବ ଶଙ୍କର ମିଶ୍ର ପ୍ରମୂଖ ଉପସ୍ଥିତ ଥିଲେ । ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ଅନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଶିବିରକୁ ସୂଚାରୁ ରୂପେ ପରିଚାଳନା କରିବାରେ ସହଯୋଗ କରିଥିଲେ । ପାଗ ଖରାପ ସତ୍ତ୍ଵେ ଏହି ଶିବିରରେ ପଚାଶରୁ ଉର୍ଦ୍ଧ୍ଵ ଶ୍ରମିକ ଯୋଗ ଦେଇ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ଶିବିରରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ଦୁଇ ଶ୍ରମ ଅଧିକାରୀ ରକ୍ତଦାନ କରିଥିଲେ । ଏହି ଶିବିର ଆସନ୍ତା ୨୫ ତାରିଖରେ ଧର୍ମଶାଳାରେ ଏବଂ ଅନ୍ୟ କିଛି ବ୍ଲକ ରେ ଅୟୋଜିତ ହେବାର କାର୍ଯ୍ୟକ୍ରମ ଅଛି ବୋଲି ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ତରଫରୁ ପ୍ରକାଶ ।

Leave A Reply

Your email address will not be published.