କାର ସହ ଗଞ୍ଜେଇ ଜବତ; ୩ ଅଭିଯୁକ୍ତ ଗିରଫ ।

0 400

ଭଞ୍ଜନଗର, ୧୮/୦୯(ପିପିଟି):କନ୍ଧମାଳ ଜିଲ୍ଲାରୁ ଏକ କାର୍ ଯୋଗେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଭଞ୍ଜନଗର ଅବକାରୀ ବିଭାଗ ସେମାନଙ୍କୁ ଧରିବାରେ ସକ୍ଷମ ହୋଇଛି।ଅବକାରୀ ବିଭାଗ ପକ୍ଷରୁ ପେଟ୍ରୋଲିଂ ଚାଲିଥିବା ବେଳେ ଗୋଟିଏ କାର ଦ୍ରୁତଗତିରେ ଯାଉଥିବା ଦେଖି ସନ୍ଦେହ ହେବାରୁ ଅବକାରୀ ଟିମ୍ ଭଞ୍ଜନଗର-ବ୍ରହ୍ମପୁର ରାସ୍ତା ବାଉଁଶଲୁଣ୍ଡି ବାଇପାସ ଛକ ନିକଟରେ ତାକୁ ଅଟକାଇଥିଲେ।କାର ଭିତର ଯାଞ୍ଚ ବେଳେ ୨ଟି ଜରି ବସ୍ତାରେ ଗଞ୍ଜେଇ ଥିବା ଜଣାପଡିଥିଲା।ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଥିବା ୩ଜଣ ଯୁବକକୁ ଗିରଫ କରିବା ସହ ଉକ୍ତ କାର ଓ ଗଞ୍ଜେଇକୁ ଜବତ କରିଥିଲା ଅବକାରୀ ଟିମ୍।ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇକୁ ଓଜନ କରିବାରେ ତାହା ପ୍ରାୟ ୪୫କେଜି ଥିବା ଜଣାପଡ଼ିଛି।ଅଭିଯୁକ୍ତମାନେ ଗଞ୍ଜାମ ଜିଲ୍ଲା କବିସୁର୍ଯ୍ୟନଗର ଥାନା ସାନ୍ତରାପୁରର ପ୍ରଦୀପ ବିଷୟୀ,କୋଦଳା ଥାନା ଦାନପୁର ଗ୍ରାମର ବାବୁଲା ଭୁୟାଁ ଓ ଜଗନ୍ନାଥ ବିଷୋୟୀଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଏସଆଇ ଅଲିଭା ମାଝୀ ସୁଚନା ଦେଇଛନ୍ତି।ଏହି ଘଟଣାରେ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜ୍ଜୁ କରି ତିନି ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।  ଏହି ଚଢ଼ାଉରେ ଅବକାରୀ ନିରୀକ୍ଷକ ଡମ୍ବରୁଧର ହରିଜନ,ଏସଆଇ ଅଲିଭା ମାଝୀଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ସାମିଲ ଥିଲେ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.