ଭଞ୍ଜନଗର, ୧୭/୦୯(ପିପିଟି ):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିନ ପାଳନ ଅବସରରେ ‘ମା ପାଇଁ ଗଛ ଟିଏ’ ଅଭିଯାନ ଅଧୀନରେ ବୁଧବାର ସାରା ଦେଶରେ ଗଛ ଲଗା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ଏହି କ୍ରମରେ ଭଞ୍ଜନଗର ଥାନା ପକ୍ଷରୁ ମଧ୍ୟ ମା’ ପାଇଁ ଗଛ ଟିଏ କାର୍ଯ୍ୟକ୍ରମରେ ଥାନା ପରିସରରେ ଗଛ ଲଗାଯାଇଛି। ଏହା ପୁର୍ବରୁ ସମସ୍ତେ ଥାନା ପରିସରରୁ ଏକ ସଚେତନତା ରାଲିରେ ବାହାରି ସହର ପରିକ୍ରମା କରିଥିଲା। କାର୍ଯ୍ୟକ୍ରମରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଡ଼. ଦୀପକ କୁମାର ମିଶ୍ର, ଥାନା ଅଧିକାରୀ ଜିବନାନନ୍ଦ ଜେନା, ପ୍ରାକ୍ତନ କଲେଜ ଅଧ୍ୟକ୍ଷ କୃତିବାସ ବିଶ୍ୱାଳ, ଶୁଳପାଣି ଶତପଥି, ସନ୍ତୋଷ ଜେନାଙ୍କ ସମେତ ବହୁ ସ୍ବେଛାସେବୀ ଓ ଥାନା କର୍ମଚାରୀ ଉପସ୍ଥିତ ଥିଲେ।ସେହିଭଳି ଭଞ୍ଜନଗର ବ୍ଲକ ମିଶନ ଶକ୍ତି କାର୍ଯ୍ୟାଳୟ ପରିସରରେ ମଧ୍ୟ ବିଭିନ୍ନ ଚାରା ରୋପଣ କରାଯାଇଛି।ଏଥିରେ ଏବିଡ଼ିଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ସିଡିପିଓ ମିଲିମା କୁମାରୀ ପଣ୍ଡା, ସାମାଜିକ ସୁରକ୍ଷା ଅଧିକାରୀ ଏସିଓ ଶବର,ପ୍ରକଳ୍ପ ଅଧିକାରୀ ସଂଗୀତା ମିଞ୍ଜ, ବିପିସି ପ୍ରଶାନ୍ତ ନାୟକ, ସମସ୍ତ ସୁପରଭାଇଜର, ଏସଏଚଜି ମହିଳାମାନେ ଉପସ୍ଥିତ ଥିଲେ।ତାର ସିଂ ଥାନାରେ ଆଇଆଇସି ଶୁଭଲଷ୍ମୀ ପୂଜାରୀଙ୍କ ତତ୍ତ୍ୱାବଧାନରେ ଥାନା ପରିସରରେ ଗଛ ଲଗାଯାଇଛି।ଭଞ୍ଜନଗର ଉପଖଣ୍ଡର ବେଲଗୁଣ୍ଠା,ଜଗନ୍ନାଥ ପ୍ରସାଦ, ଆସିକା, ସୋରଡ଼ା,ଧରାକୋଟ ବ୍ଲକର ବିଭିନ୍ନ ସରକାରୀ କାର୍ଯାଳୟ,ଶିକ୍ଷାନୁଷ୍ଠାନ,ପଞ୍ଚାୟତ ଓ ଥାନାରେ ମଧ୍ୟ ଗଛ ଲଗାଯାଇଛି।ସରକାରୀ ଅଧିକାରୀ, ନିର୍ବାଚିତ ଜନପ୍ରତିନିଧି ଙ୍କ ସମେତ ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ର ସଦସ୍ୟ ଏଥିରେ ଅଶଂଗ୍ରହଣ କରି ଗଛ ଲଗାଇଥିଲେ। ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କଠାରୁ ଯୁବ ବର୍ଗ, ମହିଳାଙ୍କଠାରୁ ବେସରକାରୀ ଅନୁଷ୍ଠାନ, ଜନ ପ୍ରତିନିଧିଙ୍କଠାରୁ ସମସ୍ତେ ସାମିଲ ହୋଇଥିଲେ। ସମସ୍ତଙ୍କ ଭିତରେ ଏକ ଅଦ୍ଭୁତପୂର୍ବ ଆଗ୍ରହ, ସଂକଳ୍ପ ଓ ଆବେଗ ଦେଖାଦେଇଥିଲା।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)