ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ବିଧାୟକ ।

0 184

ବେଗୁନିଆପଡା,୧୭/୦୯(ପିପିଟି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ ତମ ଜନ୍ମ ଦିନ ଅବସର ରେ ସାରା ଭାରତ ବର୍ଷରେ “ଏକ ପେଡ ମା କେ ନାମ “(୨.୦)ଅଭିଯାନ ଅଧୀନରେ ପାଳନ ହେଉଥିବା ବେଳେ ରାଜ୍ୟବ୍ୟାପି ସମୂହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି ପରିପ୍ରେକ୍ଷୀ ରେ ଗଞ୍ଜାମ ଜିଲ୍ଲା କୋଦଳା ଓ ବେଗୁନିଆପଡାରେ ମଧ୍ୟ ବିଭିନ୍ନ ସରକାରୀ /ବେସରକାରୀ ଶିକ୍ଷାଅନୁଷ୍ଠାନ ସହିତ ବିଭିନ୍ନ କାର୍ଯ୍ୟାଳୟ ଓ ଧର୍ମାନୁଷ୍ଠାନ ଜାଗାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସର ରେ କୋଦଳା ବିଜେ ବାବା ଶ୍ରୀ ଦଣ୍ଡିଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଏନ୍ଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ,ଉପାଧ୍ୟକ୍ଷ ରଞ୍ଜିତା ସେଠୀ,କାଉନସିଲର,ଏନ୍ଏସି କର୍ମଚାରୀ,ଦଳୀୟ କର୍ମକର୍ତ୍ତାଙ୍କ ଉପସ୍ଥିତ ରେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଯୋଗଦେଇ “ଏକ ପେଡ ମା କେ ନାମ “ଅଭିଯାନ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଥିବା ବେଳେ ଏହି ବର୍ଷ ରାଜ୍ୟରେ ୭ କୋଟି ୫୦ ଲକ୍ଷ ଚାରା ରୋପଣ କରିବା ଲାଗି ଲକ୍ଷ୍ୟ ରଖାଯାଇଛି ବୋଲି ପ୍ରକାଶ କରିଛନ୍ତି ବିଧାୟକ । ଏହି ଅଭିଯାନକୁ ସଫଳ କରିବା ପାଇଁ ଧରିତ୍ରୀ ମା କୁ ସୁରକ୍ଷ୍ୟା ଓ ସମ୍ମାନ ଜଣାଇ ପ୍ରତ୍ୟକେ ଗୋଟିଏ ଗୋଟିଏ ଗଛ ଲଗାଇବାକୁ ଆହ୍ୱାନ ଦେଛନ୍ତି ବିଧାୟକ ଶ୍ରୀ ନାୟକ । ସେହିପରି ଲକ୍ଷ୍ମୀ ନାରାୟଣ ସ୍ନାତ୍ତକ ମହାବିଦ୍ୟାଳୟ,ପରିସରରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅଧ୍ୟକ୍ଷ ରଘୁନାଥ ମୁଦୁଲିଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମହାବିଦ୍ୟାଳୟର ୧୫୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଯୋଗଦେଇ ମହାବିଦ୍ୟାଳୟ ପରିସର ଏବଂ ପରିସର ବାହାରେ ୨୦୦ ରୁ ଅଧିକ ଚାରା ରୋପଣ କରିଥିଲେ ମହାବିଦ୍ୟାଳୟର ସମସ୍ତ ଶିକ୍ଷକ ଅଣ ଶିକ୍ଷକ ସହିତ କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦର ପରିବେଶ ଅଧିକାରୀ ଚନ୍ଦ୍ରକାନ୍ତ ମାରାଣ୍ଡି ଯୋଗଦାନ କରିଥିଲେ,ଲକ୍ଷ୍ମୀ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,କୋଦଳା ଥାନା, ସ୍ଵର୍ଣ ମୟୀ ହାଇସ୍କୁଲ,ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ମଧ୍ୟ “ମା ପାଇଁ ଗଛ ଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ

Leave A Reply

Your email address will not be published.