ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀଙ୍କ ପରଲୋକ ।

0 203

ଗାଙ୍ଗପୁର,୧୫/୦୯(ପିପିଟି):ଗାଙ୍ଗପୁର ଥାନା ଅନ୍ତର୍ଗତ ମୁନିଗାଡ଼ି ପଂଚାୟତର ପୂର୍ବତନ ସରପଞ୍ଚ ମନୋଜ ପୋଲେଇଙ୍କ ପିତା ତଥା ଜଳସେଚନ ବିଭାଗର ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ଖଗେଶ୍ଵର ପୋଲେଇଙ୍କ ଆଜି ୮୫ ବର୍ଷ ବୟସରେ ନିଜ ବାସଭବନରେ ପରଲୋକ ଘଟିଛି । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଦୁଇ ପୁଅ, ତିନି ବୋହୂ, ଚାରି ଝିଅ, ଜ୍ୱାଇଁ, ନାତି, ନାତୁଣି ଉପସ୍ଥିତ ଥିଲେ । ସ୍ଵର୍ଗତ ପୋଲେଇଙ୍କ ମର ଶରୀରକୁ ଏକ ବିରାଟ ପଟୁଆରରେ ଗ୍ରାମ ପରିକ୍ରମା କରାଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ପ୍ରକାଶ ଥାଉକି ସେ ଗତ ୨୦୦୦ ମସିହାରେ ଭଞ୍ଜନଗର ଜଳସେଚନ ବିଭାଗରୁ ସହକାରୀ ଯନ୍ତ୍ରୀ ଭାବେ ଅବସର ନେଇଥିଲେ । ସେ ଜଣେ ପରୋପକାରୀ ଏବଂ ଧର୍ମପରାୟଣ ବ୍ୟକ୍ତି ଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ପୂର୍ବତନ ଆସିକା ବ୍ଳକ୍ ଅଧ୍ୟକ୍ଷ ହରେକୃଷ୍ଣ ମଲ୍ଲିକ, ଅବସରପ୍ରାପ୍ତ ତହସିଲଦାର ପ୍ରମୋଦ କୁମାର ଦଳବେହେରା, ସରପଞ୍ଚ ପ୍ରତିନିଧି ସନ୍ତୋଷ ସ୍ୱାଇଁ,ସମିତିସଭ୍ୟ ପ୍ରତିନିଧି ମାନସ ରଞ୍ଜନ ବିଷୋୟୀ, ଯୁବ ସଂଗଠକ ଦାମୋଦର ଖଟେଇ, ପୂର୍ବତନ ସମିତିସଭ୍ୟ ନିମେଇ ଚରଣ ନାୟକ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସ୍ଵର୍ଗତ ଗୌଡ଼ଙ୍କୁ ଅନ୍ତିମ ଦର୍ଶନ କରି ଗଭୀର ଶୋକ ବ୍ୟକ୍ତ କରିଥିଲେ ।

ରିପୋର୍ଟ୍ -ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.