ଅଖିଳ ଭାରତ କୁଷକ ସଭା ଅନୁବନ୍ଧିତ ଓଡିଶା କୃଷକ ସଭା ୩ୟ ବେଗୁନିଆପଡା ବ୍ଲକ ସମ୍ମିଳନୀ ଅନୁଷ୍ଠିତ ।

0 201

କୋଦଳା,୧୫/୦୯(ପିପିଟି): ଓଡିଶା କୃଷକ ସଭା ୩ୟ ବେଗୁନିଆପଡା ବ୍ଲକ ସମ୍ମିଳନୀ କୋଦଳା ଠାରେ ଅନୁଷ୍ଠିତ ହୋଇଯାଇଛି । କୋଦଳା ଜେଲ ରୋଡ଼ ଠାରୁ ପୁରୁଷ ଓ ମହିଳା ପଟୁଆର ବାହାରି ତହସିଲ କାର୍ଯ୍ୟାଳୟ ଠାରେ ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ କିରାଣୀ ଓ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ପ୍ରତିନିଧିଙ୍କୁ ସ୍ମାରକ ପତ୍ର ପ୍ରଦାନ କରି କୋଦଳା ସହର ପରିକ୍ରମା କରିବା ସହିତ କୋଦଳା ବିଜେ ବାବା ଶ୍ରୀ ଦଣ୍ଡିଶ୍ୱର ମନ୍ଦିର ପ୍ରାଙ୍ଗଣରେ ସମ୍ମିଳନୀର ଲାଲ ପତକାକୁ ବ୍ଲକ ସଭାପତି ମୋଚିଆ ଶବର ଉତ୍ତୋଳନ କରିଥିଲେ । ସମ୍ମିଳନୀ ପ୍ରତିନିଧି ଅଧିବେଶନକୁ ଜିଲ୍ଲା ସଭାପତି ପି.ହରିକୃଷ୍ଣ ରେଡ୍ଡୀ ଉଦଘାଟନ କରି ଥିଲେ । ଜିଲ୍ଲାରେ ସାର କଳା ବଜାର ବନ୍ଦ କରିବା ଓ ପ୍ରଯ୍ୟାପ୍ତ ପରିମାଣ ସାର ସମବାୟ ସମିତି ମାନଙ୍କୁ ଯୋଗାଣ କରିବା ଜଙ୍ଗଲ ଅଧିକାର ଆଇନ ଅନୁଯାଇ ଆଦିବାସୀଙ୍କୁ ଜଙ୍ଗଲ ଜମିର ପଟ୍ଟା ଦଖଲରେ ଥିବା ସରକାରୀ ଜମି ଭୂମିହୀନଙ୍କ ନାମ ପଟ୍ଟା ଦେବା ଓ ERREP ଯୋଜନାରେ ଦଳିତ ଭୂମି ହୀନଙ୍କୁ ପଟ୍ଟା ଦେବା । ମୁଲିଆଙ୍କୁ ମନରେଗା ଯୋଜନାରେ ବାର୍ଷିକ ୨୦୦ ଦିନ କାମ ଦୈନିକ ୬୦୦ଟଙ୍କା ମଜୁରୀ ଦେବା ଓ ସ୍ୱାମନାଥନ କମିଟି ସୁପାରିଶ କରିଥିବା ଚାଷୀ ଫସଲର ଖର୍ଚ୍ଚର ଦେଢ଼ ଗୁଣ ଦର ଦେବା ଓ ଋଣ ଛାଡ଼ ଇତ୍ୟାଦି ଦାବୀ ନେଇ ଆନ୍ଦୋଳନ ଦାବୀ ହାସଲ ପାଇଁ ସଂଗଠନକୁ ସୃଦୁଡ଼ କରି ସାମ୍ପସରଣ କରିବା ନିଷ୍ପତ୍ତି ହୋଇ ଥୀଲା । ଏଥିରେ ଜିଲ୍ଲା ସମ୍ପାଦକ ଅଜୟ ଗୌଡ଼,କୃଷକ ନେତା ଯୋଗେଶ ସାହୁ ବକ୍ତବ୍ୟ ରଖିଥିଲେ । ୨୫ ଜଣ ବ୍ଲକ କମିଟି ଗଠନ ହୋଇ ମୋଚିଆ ଶବର ବ୍ଲକ ସଭାପତି ଓ ପ୍ରକାଶ ଯାନୀଙ୍କୁ ବ୍ଲକ ସମ୍ପାଦକ ରୂପେ ନିର୍ବାଚିତ କରିଥିଲେ । ଉଦୟ ପ୍ରଧାନ, ନିରାଶ ଯାନୀ,ବିଜୟ ନାୟକ,ମଙ୍ଗଳା ଶବର,ଭାସ୍କର ଯାନୀ ଓ ସୌରୀ ଦାସଙ୍କୁ କର୍ମକର୍ତ୍ତା ଚୟନ କରିଥିଲେ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ )

Leave A Reply

Your email address will not be published.