ୟୁରିଆ ସାର ପାଇଁ ପ୍ୟାକ୍ସ୍ ସାମ୍ନାରେ ଲମ୍ବା ଲାଇନରେ ଆଧାର କାର୍ଡ;ସାର ୩ଶହ ବସ୍ତାକୁ ଚାଷୀ ୮ଶହ ।

0 217

ଦେଓଗାଁ,୧୦/୦୯: ୟୁରିଆ ସାରକୁ ଚାଷୀ ରାଜ ରାସ୍ତା ରେ ଆନ୍ଦୋଲନ କରୁଥିବା ବେଳେ ପେକ୍ସ କୁ ଆସିଥିବା ୟୁରିଆ ସାର ନେବା ପାଇ ଲାଇନ ଲାଗିଛି ଆଧାର କାର୍ଡ। ରାତି ୩ଟା ରୁ ଆଧାର କାର୍ଡ ଆଣି ଲାଇନ ଲାଗଇ ଛନ୍ତି ଚାଷୀ। ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଗୌଡଗୋଠ ପ୍ୟାକ୍ସରେ ବୁଧବାର ସକାଳୁ ସକାଳୁ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା । କୃଷି ସମବାୟ ସମିତି ସମ୍ମୁଖରେ ଲାଇନ୍ ରେ ନାହାନ୍ତି ଚାଷୀ,ଲମ୍ବା ଲାଇନରେ ଲାଗିଛି ଆଧାର କାର୍ଡ । ୮ଶହ ରୁ ଅଧିକ ଚାଷୀ ଲାଇନ୍ ରେ ଛିଡ଼ା ହେବା ଅସମ୍ଭବ ହୋଇଥିବାରୁ ଆଧାର କାର୍ଡକୁ ଲମ୍ବା ଲାଇନ ଲାଗଇଛନ୍ତି । ଏହି ଦୃଶ୍ୟକୁ ଟିକେ ଭଲ ଭାବରେ ଦେଖନ୍ତୁ କିଭଳି ଭାବରେ ଆଧାର କାର୍ଡକୁ ଚାଷୀ ଲାଇନ ଲାଗଇ ଛନ୍ତି । ଗୌର ଗୋଠ ପେକ୍ସରେ ୭୬୦ ଜଣ ଚାଷି ଧାନ ବିକ୍ରୀ କରିବା ପାଇଁ ପଞ୍ଜୀକୃତ କରିଥିବା ବେଳେ ୩୧୫ ବସ୍ତା ସାର ଆସିଛି । ପ୍ରଥମେ ଋଣ ନେଇଥିବା ଚାଷୀଙ୍କୁ ୟୁରିଆ ସାର ଦେବା ର ନୀୟମ ସରକାର କରିଥିବାରୁ ଅଣ ରୁନୀ ଚାଷୀ ଆଧାର କାର୍ଡ ଲାଇନରେ ଲଗାଇ ଚିନ୍ତାରେ ରହିଛନ୍ତି। ତେବେ କମ ସାର ଥିବା ବେଳେ ଅଧିକ ଚାଷୀ ଲାଇନ ଲାଗିଥିବାରୁ ଚିନ୍ତାରେ ରହିଛନ୍ତି ପେକ୍ସ କର୍ତୃପକ୍ଷ ।

Leave A Reply

Your email address will not be published.