ପୋଲସରା,୦୬/୦୯ (ପିପିଟି) :ସ୍ବାବଲମ୍ବୀ ଭାରତ ଅଭିଯାନ ଗଞ୍ଜାମ ଜିଲ୍ଲା ପକ୍ଷରୁ ସହର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ସ୍ବାବଲମ୍ବୀ ଭାରତ ଅଭିଯାନ ପକ୍ଷରୁ ଉଦ୍ୟମିତା ପ୍ରୋତ୍ସାହନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଛାତ୍ରଛାତ୍ରୀମାନେ ନିଜ ଅଞ୍ଚଳରେ କିପରି ସ୍ବାବଲମ୍ବୀ ହୋଇ ପାରିବେ ସେ ନେଇ ଆଲୋଚନା ହୋଇଥିଲା। ଏଥିରେ ରାକେଶ ଜେନା ସ୍ବାବଲମ୍ବୀ ଭାରତ ଅଭିଯାନ ଗଞ୍ଜାମ ଜିଲ୍ଲା ଯୁବ ପ୍ରମୁଖ, ସନ୍ତୋଷ କୁମାର ପାଢ଼ୀ ପ୍ରଧାନ ଆଚାର୍ଯ୍ୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପୋଲସରା, ଅମୂଲ୍ୟ କୁମାର ସାହୁ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଜିଲ୍ଲା ସଂଯୋଜକ ପ୍ରମୂଖ, ସୁବ୍ରତ ବେହେରା ରାଷ୍ଟ୍ରୀୟ ବଜରଙ୍ଗ ଦଳ ଗଞ୍ଜାମ ଜିଲ୍ଲା ଗୋ ସୁରକ୍ଷା ପ୍ରମୁଖ ଅତିଥି ଭାବେ ଯୋଗଦେଇ ବର୍ତ୍ତମାନର ଛାତ୍ରଛାତ୍ରୀମାନେ ଆଗକୁ ନୂତନ ଯୁବପିଢ଼ି ଭାବେ ଗଢ଼ି ଉଠିବାକୁ ଯାଉଥିବା ବେଳେ କିପରି ନିଜର ଭବିଷ୍ୟତ ଗଢ଼ିବା ସକାଶେ ରୋଜଗାର କ୍ଷମ ହୋଇ ପାରିବେ ସେଥି ଉପରେ ନେଇ ନିଜସ୍ଵ ମତ ପ୍ରକାଶ କରିଥିଲେ। ଏଥିରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ଶେଷରେ ସୋନୁ ଜେନା ଧନ୍ୟବାଦ୍ ଅର୍ପଣ କରିଥିଲେ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା