ଚନ୍ଦ୍ର ଗ୍ରହଣ ପାଇଁ ମାଁ ସମଲେଶ୍ୱରୀ ପୀଠରେ ଦେବ ନୀତିରେ ପରିବର୍ତ୍ତନ।

0 185

ସମ୍ବଲପୁର,୦୪/୦୯: ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀ ପୀଠରେ ଆସନ୍ତା ରବିବାର ୭ ତାରିଖ ଦିନ ଚନ୍ଦ୍ର ଗ୍ରହଣକୁ ଦୃଷ୍ଟିରେ ରଖି ଦେବନୀତିରେ ପରିବର୍ତ୍ତନ କରାଯାଇଅଛି । ସକାଳର ମଙ୍ଗଳ ଆଳତି ଓ ଅନ୍ୟ ନୀତିକାନ୍ତି ପରେ ଦର୍ଶନ ଜାରି ରହିବ । ପୂର୍ବାହ୍ନ ୧୧ଘ. ୪୫ ମି. ସମୟରୁ ଦର୍ଶନ ବନ୍ଦ ରହିବ ଓ ଦିନ ୧୨ ଘଣ୍ଟା ସମୟରେ ଅନ୍ନ ଭୋଗ ହେବ ପରେ ଦର୍ଶନ ସୋମବାର ସକାଳ ୬ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ । ସୋମବାର ୮ ତାରିଖ ସକାଳ ୪ଘ. ୩୦ ମି. ରୁ ମନ୍ଦିର ଶୋଧନ ପରେ ୫ ଘଣ୍ଟାରେ ମଙ୍ଗଳ ଆଳତି ଓ ନିତ୍ୟ ନୀତିକାନ୍ତି ପରେ ଦର୍ଶନ ଆରମ୍ଭ ହେବ ବୋଲି ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.