କଲରାପତିରିଆ ବାଘ ଛାଲ ଜବତ; ୭ ଆସାମୀ ଗିରଫ।

0 343

ଭଞ୍ଜନଗର,୩୧/୦୮(ପିପିଟି):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡକୁ ରବିବାର ସକାଳେ ଏକ ବଡ ସଫଳତା ମିଳିଛି। ବିଭାଗୀୟ କର୍ମଚାରୀ ମାନେ ଗୋଟିଏ କଲରାପତରିଆ ବାଘ ଛାଲ ଆଜି ସକାଳେ ଜବତ କରିବାରେ ସକ୍ଷମ ହୋଇଛନ୍ତି। ଏଥିସହ ଏହି ମାମଲାରେ ସମ୍ପୃକ୍ତ ୭ ଜଣକୁ ଗିରଫ କରି ବନ ବିଭାଗ ଅଧିକ ତଦନ୍ତ ଚଳାଇଛି।ସେମାନଙ୍କ ମଧ୍ୟରେ ସ୍ଥାନୀୟ ଅଞ୍ଚଳର ୩ଜଣ ଏବଂ ଅନ୍ୟ ଜିଲ୍ଲାର ୪ଜଣଙ୍କୁ ଭଞ୍ଜନଗରର ଏକ ଲଜ୍ ରୁ ଗିରଫ କରାଯାଇଛି। ଡି ଏଫ୍ ଓ ହିମାଂଶୁ ଶେଖର ମହାନ୍ତି, ଏ ସି ଏଫ୍ ବିବେକ କୁମାର ଦାସ, ରେଞ୍ଜର ପୃଥ୍ୱୀରାଜ ପ୍ରଧାନ, ବନପାଳ ଅନୁପ କୁମାର ବିଷୋୟୀ, ଜୀବାନନ୍ଦ ତ୍ରିପାଠୀ ପ୍ରମୁଖ ଙ୍କ ଉପସ୍ଥିତିରେ ଏହି ଚଢାଉ ହୋଇଥିଲା। ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନା ଏବଂ ଅନ୍ୟ ପୋଲିସ କର୍ମଚାରୀମାନେ ଏହି ଚଢ଼ାଉରେ ସହଯୋଗ କରିଥିଲେ।ବିକ୍ରୀ ପାଇଁ ଯୋଜନା ଚାଲିଥିବା ବେଳେ ଜଗନ୍ନାଥ ପ୍ରସାଦ ରେଞ୍ଜ ଗୁଣ୍ଡୁରିବାଡି ଗ୍ରାମରୁ ଏହି ବାଘ ଛାଲ ସମେତ ୨ଟି ବାଇକ୍,୫ଟି ମୋବାଇଲ ଫୋନ୍ ଅନ୍ୟାନ୍ୟ କିଛି ସାମଗ୍ରୀ ଜବତ ହୋଇଛି।ଜବତ ଛାଲଟିର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.