ଭଞ୍ଜନଗର, ୩୦/୦୮(ପିପିଟି):ସ୍ଥାନୀୟ ପ୍ରେସ କ୍ଳବ ଠାରେ ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତିର ଏକ ବୈଠକ ଓଷ୍ଟା ଜିଲ୍ଳା ସଭାପତି ସନ୍ତୋଷ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିମ୍ମ ମାଧ୍ୟମିକ ଶିକ୍ଷକ ସଂଘ ରାଜ୍ୟ ମୁଖ୍ୟ ଉପଦେଷ୍ଟା ଜଗବନ୍ଧୁ ଜେନା, ଓଷ୍ଟା ଭଞ୍ଜନଗର ବ୍ଲକ ସଭାପତି ଦିଲ୍ଲୀପ କୁମାର ସ୍ୱାଇଁ, ଓଷ୍ଟା କର୍ମକର୍ତା ତଥା ପ୍ରଧାନଶିକ୍ଷକ ସତ୍ୟବାନ ସାହୁ, କାମରାଜୁ ଗୌଡ଼ ଓ ପ୍ରଧାନଶିକ୍ଷୟିତ୍ରୀ ସରୋଜ ଲଷ୍ମୀ ଦାସ ମଂଚାସୀନ ହୋଇ ଆଜିର ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା ଓ ଦାବୀ ଉପରେ ଧାରଣା, ଆନ୍ଦୋଳନ ଜାରି ରହିଥିବାବେଳେ ଆଜି ମାନ୍ୟବର ରାଷ୍ଟ୍ରପତି, ରାଜ୍ୟପାଳ, କେନ୍ଦ୍ର ଶିକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାଶିକ୍ଷାଧିକାରୀଙ୍କୁ ଦାବୀପତ୍ର ପ୍ରଦାନ କରାଯିବାକୁ ନିଷ୍ପତ୍ତି ନେଇ ଆଜି ଜିଲ୍ଳା ସମ୍ପାଦକ ବିଜୟ କୁମାର ବେହେରା ଓ କର୍ମକର୍ତାଙ୍କ ନେତୃତ୍ୱରେ ପ୍ରଦାନ କରାଯିବାକୁ ସ୍ଥିର କରାଗଲା । ଏଥିରେ ଜିଲ୍ଲାର ବହୁ ଶିକ୍ଷକ ସଂଘବଦ୍ଧଭାବେ ଯୋଗ ଦେଇ ପ୍ରଦାନ କରାଯିବ ।ଏହାପରେ ବିଭିନ୍ନ ଦାବୀ ୧୯୪ ବିଦ୍ୟାଳୟକୁ ଅନୁଦାନ, ସମସ୍ତ ବିଦ୍ୟାଳୟକୁ ସରକାରୀକରଣ, ଚାକିରୀ ସର୍ତlବଳୀ ସହ ପେନସନ ପ୍ରଦାନ, ଗ୍ରେଡ଼ ପେର ସମୀକରଣ, ଅବସର ବୟସ ୬୦ ରୁ ୬୨ କୁ ବୃଦ୍ଧି ଉପରେ ଆଲୋଚନା କରାଯାଇ ରାଜ୍ୟ ସଂଘ ର ନିଷ୍ପତ୍ତିକୁ ଦୃଢ଼ ସମର୍ଥନ କରାଯାଇଥିଲା । ଏଥିରେ ଭାସ୍କର ପାଣି, ପ୍ରଦୀପ କୁମାର ଗୌଡ଼, ଶରତ କୁମାର ଦଳବେହେରା, ମନମୋହନ ପାଣିଗ୍ରାହୀ, ପଞ୍ଚାନନ ଚୌଧୁରୀ, ଗୋପାଳ ଚନ୍ଦ୍ର ପଣ୍ଡା, ସଚିତ୍ର କୁମାର ନାୟକ, ଦୁର୍ଗାପ୍ରସାଦ ଦାସ, ଜ୍ୟୋତିରଞ୍ଜନ ବିଷୋୟୀ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ପ୍ରଧାନଶିକ୍ଷକ ଭାସ୍କର ପାଣି ଧନ୍ୟବାଦ ପ୍ରଦାନ କରିଥିଲେ ।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)