ଝିପିଝିପି ବର୍ଷା ସତ୍ତ୍ୱେ ବେଲଗୁଣ୍ଠାର ବିଭିନ୍ନ ସ୍ଥାନରେ ଉତ୍ସାହ ଉଦ୍ଦୀପନାର ସହିତ ଅଗ୍ରପୂଜ୍ୟଙ୍କୁ ଆବାହନ ।

0 122

ବେଲଗୁଣ୍ଠା,୨୭/୦୮ପିପିଟି): ବେଲଗୁଣ୍ଠା ସହରରେ ଗଣେଶ ପୂଜାର ଏକ ସ୍ଵତନ୍ତ୍ରତା ରହିଥିବା ବେଳେ ସହରରେ ସମସ୍ତ ଗଣେଶ ମୂର୍ତ୍ତୀର ଏକକାଳୀନ ବିସର୍ଜ୍ଜନ ଗଞ୍ଜାମ ଜିଲ୍ଲାରେ ପ୍ରଥମ ହୋଇଥିବାରୁ ବିସର୍ଜ୍ଜନ ପାଇଁ ମଧ୍ୟ ଅଞ୍ଚଳ ବାସୀଙ୍କ ମନରେ ଉତ୍କଣ୍ଠା ରହିଥାଏ I ଆଜି ଦିନ ସାରା ଝିପିଝିପି ବର୍ଷା ସତ୍ତ୍ୱେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଲଗୁଣ୍ଠା ସହରରେ ଧୂମଧାମରେ ଗଣେଶ ପୂଜା ପାଳିତ ହୋଇଛି I ସହରର ଗୋଲା ସାହି, କେଉଟ ସାହି,ଗୋପୀନାଥ ସାହି, ଆଳିଆ ସାହି, ରେଡୀକା ସାହି, ଜଗନ୍ନାଥପ୍ରସାଦ ରୋଡ଼୍,ଶୁଣ୍ଢୀ ସାହି,କୋଳି ସାହି, ଚଷା ସାହି, ପେଣ୍ଠ ସାହି-୧,ପେଣ୍ଠ ସାହି-୨,ଖଦାଳ ସାହି,କଳିଙ୍ଗ ବୈଶ୍ଯ ଯୁବକ ସେବା ସଂଘ,ବିଘ୍ନେଶ୍ ୟୁଥ୍ କ୍ଳବ୍, ଏମବିଡି କ୍ଳବ୍ କୋଳିସାହି କୋକଲୁଣ୍ଡା, ଧନିଜାପଲ୍ଲୀ, ରାଧିପଲ୍ଲୀ ଏବଂ ରଙ୍ଗଣି ପାଟଣାରେ ବିରାଟ ବିରାଟ ତୋରଣ ସହ ସୁସଜ୍ଜିତ ମେଢ ମଧ୍ୟରେ ପ୍ରଭୁ ଶ୍ରୀ ଗଜାନନଙ୍କ ଆକର୍ଷଣୀୟ ମୂର୍ତ୍ତି ପୂଜା ପାଉଛନ୍ତି I ସମସ୍ତ ମୂର୍ତ୍ତୀ ସାତ ଫୁଟରୁ ପ୍ରାୟ ପନ୍ଦର ଫୁଟ ପର୍ଯ୍ୟନ୍ତ ରହିଛି I ସେହିପରି ସହରର ବିଭିନ୍ନ ଶିକ୍ଷା ଅନୁଷ୍ଠାନ ତଥା ସାର୍ପ ଏଜୁକେସନ୍,ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର,ସରସ୍ଵତୀ ଶିଶୁ ବିଦ୍ୟା ଭବନ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ଆଗ୍ରହର ସହିତ ଅଗ୍ରପୂଜ୍ୟଙ୍କୁ ଆବାହନ କରାଯାଇଛି I ସେହିପରି ବେଲଗୁଣ୍ଠା ବ୍ଳକ୍ ର ଗୋବରା ବସୁଦେବପୁର,ଜୟ ଜଗନ୍ନାଥ କୋଚିଙ୍ଗ୍ ସେଣ୍ଟର,ବଡଦାଣ୍ଡ,ମୁଖ୍ୟ ସଡ଼କ,କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ସମସ୍ତ ଶିକ୍ଷାନୁଷ୍ଠାନରେ ଗଣେଶ ପୂଜା ପାଳିତ ହୋଇଯାଇଛି I ବ୍ଲକ୍ ର ପାଲକଷଣ୍ଢା ଗ୍ରାମରେ କେଦାରନାଥ ମନ୍ଦିର ଆକୃତିର ସୁଉଚ୍ଚ ଏବଂ ଆକର୍ଷଣୀୟ ତୋରଣ ମଧ୍ୟରେ ଗଣେଶଙ୍କ ପୂଜା ଅନୁଷ୍ଠିତ ହୋଇଛି I ବେଲଗୁଣ୍ଠା ସହର ଏବଂ ବ୍ଳକ୍ ର ବିଭିନ୍ନ ପୂଜା ମଣ୍ଡପ ଗୁଡ଼ିକ ନିକଟରେ ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରସାଦ ସେବନ ଏବଂ ଦୀପ ଦାନର ବ୍ୟବସ୍ଥା କରାଯାଇଛି I ମଣ୍ଡପ ଗୁଡ଼ିକରେ ପ୍ରାୟତଃ ଏକ ସପ୍ତାହରୁ ଉର୍ଦ୍ଧ୍ଵ ସମୟ ଧରି ପୂଜା ଅନୁଷ୍ଠିତ ହେବାକୁ ଥିବା ବେଳେ ମଣ୍ଡପ ଗୁଡ଼ିକ ନିକଟରେ ପ୍ରଥମ ଦିନ ସନ୍ଧ୍ୟାରୁ ହିଁ ପ୍ରଭୁ ବିନାୟକଙ୍କ ଦର୍ଶନ ପାଇଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି I

ରିପୋର୍ଟ୍ -ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.