ବେଗୁନିଆପଡାରେ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ।

0 221

ବେଗୁନିଆପଡ଼ା,୨୫/୦୮(ପିପିଟି): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ୍ ପରିସର ରେ ଜିଲ୍ଲା ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି. କୀର୍ତ୍ତିଭାଷନ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେ,ଉପ ଜିଲ୍ଲାପାଳ ଶିବାଶିଷ ବରାଳ,ଏସଡିପିଓ ସୁଜିତ କୁମାର ନାୟକ,ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସମେତ ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା କୋଦଳା ତହସିଲଦାର ସସ୍ମିତା ଶତପଥି, ବେଗୁନିଆପଡ଼ା ଥାନା ଅଧିକାରୀ ଭଗବାନ ପୂଜାରୀ,କୋଦଳା ଥାନା ଅଧିକାରୀ ସୁବାଷ ଚନ୍ଦ୍ର ବେହେରା, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ପଣ୍ଡା,ସିଡିପିଓ ଟପ୍ପୋ,ବ୍ଳକ୍ ଗୋଷ୍ଠୀ ଶିକ୍ଷାଧିକାରୀ ରୁଦ୍ର ନାରାୟଣ ସାହୁ, ଜଳ ଓ ପରିମଳ ବିଭାଗ ଯନ୍ତ୍ରୀ ମମତା ପଣ୍ଡା, କନିଷ୍ଠ ଯନ୍ତ୍ରୀ ଧର୍ମେନ୍ଦ୍ର ବାଡ଼ତ୍ୟା,ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀ ଶଙ୍କର ରାଓ ପାତ୍ର, ଭାରପ୍ରାପ୍ତ ବ୍ଳକ୍ ସାମାଜିକ ସୁରକ୍ଷା ଅଧିକାରୀ ଦୁର୍ଗା ପ୍ରସାଦ ପଣ୍ଡା, ବ୍ଳକ୍ ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ସାହୁ,କନିଷ୍ଠ ଯନ୍ତ୍ରୀ ନବୀନ କୁମାର ମାଝୀ,କୃଷି ବିଭାଗ ଅଧିକାରୀ,ଉଦ୍ୟାନ ବିଭାଗ ଅଧିକାରୀ, ପୂର୍ତ୍ତ ବିଭାଗ ଅଧିକାରୀ,ମୃତ୍ତିକା ସଂରକ୍ଷଣ ବିଭାଗ ଅଧିକାରୀ,କ୍ଷୁଦ୍ର ଜଳସେଚନ ବିଭାଗ ଅଧିକାରୀ,ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ଅଧିକାରୀ, ସ୍ଵାସ୍ଥ୍ୟ ବିଭାଗ ଅଧିକାରୀ , ବିଦ୍ୟୁତ୍ ବିଭାଗ ଅଧିକାରୀ ସମେତ ଅନ୍ୟାନ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହିବା ସହ ଅଭିଯୋଗ ଶୁଣାଣୀ କରିଥିଲେ । ମୁଖ୍ୟ ଅଭିଯୋଗ ମଧ୍ୟରେ ଅଙ୍ଗାର ଗାଁ ରେ ଫାଣ୍ଡି ସ୍ଥାପନ କରିବା, ମଠ ସରସିଂ ପଞ୍ଚାୟତ ସେବା ସମବାୟ ସମିତିର ସମ୍ପାଦକଙ୍କ ଦୁର୍ବ୍ୟବହାର ସମ୍ପର୍କେ, କୋଦଳା ଲକ୍ଷ୍ମୀନାରାୟଣ ସ୍ନାତ୍ତକ ମହାବିଦ୍ୟାଳୟକୁ ଆମ ବସ ସେବା ଯୋଗାଇବା, ଫାଶୀ ପଞ୍ଚାୟତ ଲାଠୁଳି ଗ୍ରାମକୁ ଆଲୋକୀକରଣ ସହିତ ବିଭିନ୍ନସମସ୍ୟାର ସମାଧାନ, କୋଦଳା ନୋଡାଲ ଉଚ୍ଚ ବିଦ୍ୟାଳୟ ପାଚେରୀକୁ ଲାଗିରହିଥିବା ଦୋକାନ ଗୁଡିକୁ ଉଛେଦ କରିବା,ମନରେଗା ପାଇଁ ଅଭିଯୋଗ ମାନ ଆସିଥିବା ବେଳେ ବ୍ୟକ୍ତିଗତ ଅଭିଯୋଗ,ନୂତନଭତ୍ତା, ରାସନ କାର୍ଡ,ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ବନ୍ଧୀୟ ପ୍ରାୟ ୩୦୦ରୁ ଉର୍ଦ୍ଧ୍ଵ ଅଭିଯୋଗ ଥିଲା । ପ୍ରତ୍ୟେକ ଅଭିଯୋଗକୁ ଜିଲ୍ଲାପାଳ ପ୍ରତ୍ୟକ୍ଷ ଭାବେ ଗ୍ରହଣ କରିବା ସହ ସେଗୁଡିକର ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେବା ସହିତ ଜନ ଶୁଣାଣି ପୋର୍ଟାଲରେ ପଞ୍ଜିକୃତ କରିଥିଲେ । ତତ୍ ସାହିତ ଯୋଗ୍ୟ ବିବେଚିତ ଭିନ୍ନକ୍ଷମ ଏବଂ ବୟସଧିକ ୭ ଜଣ ହିତାଧିକାରୀଙ୍କୁ ତୁରନ୍ତ ଜିଲ୍ଲାପାଳ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ କରିଥିବା ବେଳେ ରେଡକ୍ରସ ପାଣ୍ଠିରୁ ଚାରିଜଣଙ୍କୁ ନଗଦ ୨୨୫୦୦/- ପ୍ରଦାନ କରିଥିଲେ । ଜଣାଶୁଣାଣି ସାରି ବାହାରକୁ ଆସିବା ବେଳେ ଝିପିଝିପି ବର୍ଷା ସତ୍ୱେ ବାହାରେ ଥିବା କିଛି ଅଭିଯୋଗ କାରିଙ୍କ ଆବେଦନ ପତ୍ର ଗ୍ରହଣ କରିଥିଲେ ଜିଲ୍ଲାପାଳ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ )

Leave A Reply

Your email address will not be published.