ବେଗୁନିଆପଡା,୨୦/୦୮(ପିପିଟି): ବୁଧବାର କୋଦଳା ଜେଲ ପରିସର ରେ ଜଣେ ବିଚାରଧୀନ ବନ୍ଦୀଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ଜଣା ପଡିଛି । ସୂଚନା ପ୍ରକାରେ ବେଗୁନିଆପଡା ସାନ ସାହି ବାସିନ୍ଦା ବି ଲିଙ୍ଗରାଜ ପାତ୍ର (୬୦) ଗତକାଲି କଞ୍ଚଣା ଠାରୁ ବେଗୁନିଆପଡା ରାସ୍ତାରେ ଯାଉଥିବା ବେଳେ ହଠାତ ଖଲ୍ଲିକୋଟ ଅବକାରୀ ବିଭାଗ ଚଢ଼ାଉ କରି ତାଙ୍କରି ଠାରୁ ୪୫୦ ଗ୍ରାମ ଅଫିମ ଜବତ କରିବା ସହିତ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ପରେ ଜାମିନ ନାମଞ୍ଜୁର ହେବାରୁ କୋଦଳା ଜେଲ କୁ ପଠାଯାଇଥିଲା । ଆଜି ଲିଙ୍ଗରାଜଙ୍କୁ ତାଙ୍କ ପୁଅ ଝିଅ ମୁଲକାତ କରିବାକୁ ଆସିଥିବା ବେଳେ ସେମାନଙ୍କୁ ସାକ୍ଷାତ କରି ହଠାତ ଲିଙ୍ଗରାଜ ଲେଟିନ ଯିବାକୁ କହିଥିଲେ କିନ୍ତୁ ଲେଟିନ ରୁ ବାହାରିବା ବେଳେ ଥରିବା ଦେଖି ଜେଲ କର୍ମଚାରୀ ୧୨.୪୦ ମିନଟ ସମୟ ରେ ତୁରନ୍ତ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଚିକିଛା ନିମନ୍ତେ ପହଞ୍ଚାଇ ଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିବା ନେଇ ଅତିରିକ୍ତ ଜେଲ ଅଧିକାରୀ ବିରଞ୍ଚି ନାରାୟଣ ସାମଲ ପ୍ରକାଶ କରିଛନ୍ତି । ପୋଲିସ ଶବ ଜବତ କରି ପୋଷ୍ଟମଟମ ନିମନ୍ତେ ବ୍ରହ୍ମପୁର ପଠାଇଥିବା ଜଣାଅଡ଼ିଛି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ )