କୋଦଳା,୧୮/୦୮(ପିପିଟି): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ୍ ଅନ୍ତର୍ଗତ ଅଙ୍ଗାରଗାଁ ଗ୍ରାମ ପଞ୍ଚାୟତ ପରିସରରେ ଆଜି ଗ୍ରାମ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କୋଦଳା ତହସିଲଦାର ତଥା ବେଗୁନିଆପଡ଼ା ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସସ୍ମିତା ଶତପଥି, ବେଗୁନିଆପଡ଼ା ଥାନା ଅଧିକାରୀ ଭଗବାନ ପୂଜାରୀ,ବ୍ଳକ୍ ଗୋଷ୍ଠୀ ଶିକ୍ଷାଧିକାରୀ ରୁଦ୍ର ନାରାୟଣ ସାହୁ, ସହକାରୀ ଗୋଷ୍ଠି ଶିକ୍ଷାଧିକାରୀ ସୋମନାଥ ସେଠୀ,ସି ଆର୍ ସି ସି କାର୍ତ୍ତିକ ଡାକୁଆ,ଜଳ ଓ ପରିମଳ ବିଭାଗ ଯନ୍ତ୍ରୀ ମମତା ପଣ୍ଡା, ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀ ଶଙ୍କର ରାଓ ପାତ୍ର, ଭାରପ୍ରାପ୍ତ ବ୍ଳକ୍ ସାମାଜିକ ସୁରକ୍ଷା ଅଧିକାରୀ ଦୁର୍ଗା ପ୍ରସାଦ ପଣ୍ଡା, ବ୍ଳକ୍ ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ସାହୁ, କନିଷ୍ଠ ଯନ୍ତ୍ରୀ ନବୀନ କୁମାର ମାଝୀ,କୃଷି ବିଭାଗ ଅଧିକାରୀ,ଉଦ୍ୟାନ ବିଭାଗ ଅଧିକାରୀ, ପୂର୍ତ୍ତ ବିଭାଗ ଅଧିକାରୀ, ମୃତ୍ତିକା ସଂରକ୍ଷଣ ବିଭାଗ ଅଧିକାରୀ, କ୍ଷୁଦ୍ର ଜଳସେଚନ ବିଭାଗ ଅଧିକାରୀ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ଅଧିକାରୀ, ସ୍ଵାସ୍ଥ୍ୟ ବିଭାଗ ଅଧିକାରୀ,ବିଦ୍ୟୁତ୍ ବିଭାଗ ଅଧିକାରୀ ସମେତ ଅନ୍ୟାନ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହିବା ସହ ଅଭିଯୋଗ ଶୁଣାଣୀ କରିଥିଲେ । ଅଙ୍ଗାରଗାଁ ପଞ୍ଚାୟତ ସରପଞ୍ଚ ନୀଳେନ୍ଦ୍ରି ସେଠୀ,ଉପସ୍ଥିତ ଅଧିକାରୀଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିବା ବେଳେ ପିଇଓ ବନା ଶବର,ଏଡିଓ ପ୍ରିୟଦର୍ଶନୀ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ । ଏଥିରେ ସମୁଦାୟ ୧୬୬ ଗୋଟି ଅଭିଯୋଗ ଶୁଣାଣୀ ହୋଇଥିଲା । ସେଥିମଧ୍ୟରୁ ଅଧିକାଂଶ ରାସନ କାର୍ଡ, ଭତ୍ତା ପ୍ରଦାନ, ଆବାସ ଘର ପ୍ରଦାନ, ପଞ୍ଚାୟତର ବିଭିନ୍ନ ଖରାପ ହୋଇଥିବା ରାସ୍ତା ଘାଟ ନିର୍ମାଣ ସହିତ,ସ୍ଥାନୀୟ ଦଣ୍ଡପାଣି ଉଚ୍ଚ ବିଦ୍ୟାଳୟର ଅଭାବ ଶ୍ରେଣୀଗୃହ ସାଙ୍ଗକୁ ଅଭାବୀ ଶିକ୍ଷକ ପଦବୀ ପୁରଣ,ବିଦ୍ୟାଳୟ ମରାମତି ଓ ବାରମ୍ବାର ବିଦ୍ୟୁତ୍ କାଟ ନେଇ ଅଭିଯୋଗ ହୋଇଥିଲା ।