କୁଞ୍ଜବନ ମଠରେ ଜନ୍ମାଷ୍ଟମୀ ପର୍ବ ପାଳିତ।

0 153

ବୋଲଗଡ,୧୬/୦୮(ପିପିଟି): ପୁରାଣ ଅନୁସାରେ ଭଗବାନ ବିଷ୍ଣୁ ପାଳନ କର୍ତ୍ତା ଶ୍ରୀକୃଷ୍ଣଙ୍କ ଅଷ୍ଟମ ଅବତାରରେ ଧରା ପୃଷ୍ଟକୁ ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ।ଆଜି ସାରା ଦେଶର ଶ୍ରଦ୍ଧାଳୁ ଭକ୍ତ ମାନେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପର୍ବକୁ ମିହାଆଡ଼ମ୍ବର ସହକାରେ ମଠ ,ମନ୍ଦିର ଓ ଶିକ୍ଷାଅନୁଷ୍ଠାନ ମାନଙ୍କରେ ପାଳନ କରାଯାଇଛି।ଶ୍ରଦ୍ଧାଳୁ ଭକ୍ତ ମାନେ ଦିନସାରା ଉପବାସ ରହିବା ପରେ ସନ୍ଧ୍ୟା ଆଳତି ଦର୍ଶନ ପରେ ପୂଜା ପାଠ କରି ଉପବାସ ଭଙ୍ଗ କରିଥିଲେ।ଜନ୍ମାଷ୍ଟମୀ ବ୍ରତ ପାଳନ କଲେ ପରିବାର ଶାନ୍ତି ରୁହେ ବୋଲି ଶ୍ରଦ୍ଧାଳୁ ଭକ୍ତ ମାନଙ୍କର ପ୍ରଗାଢ ବିଶ୍ୱାସ ରହିଅଛି। ଏହି ପରି ପ୍ରେକ୍ଷୀରେ ବୋଲଗଡ଼ର ବିଭିନ୍ନ ମଠ, ମନ୍ଦିର, ଆଶ୍ରମ ଗୁଡିକରେ ଜନ୍ମାଷ୍ଟମୀ ପର୍ବ ପାଳନ କରାଯାଇଛି। ବିଶେଷ କରି ଅସରଳା ଦଳପଞ୍ଚାୟତର କୁଞ୍ଜବନ ମଠରେ ଭାଗବତ ସପ୍ତାହ ପାଳନ କରିବା ସହିତ ନୀତି କାନ୍ତି ଅନୁସାରେ ଜନ୍ମାଷ୍ଟମୀ ପର୍ବ ମହାଆଡ଼ମ୍ବରରେ ପାଳନ କରାଯାଉଛି।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.