ପୋଲସରା,୧୫/୦୮ (ପିପିଟି) :ପୋଲସରା ସ୍ଥିତ ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ୭୯ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏଥିରେ ଡକ୍ଟର ଦିଲ୍ଲିପ କୁମାର ନାୟକ ଦିବା ୮ ଘଣ୍ଟିକା ୧୫ ମିନିଟ୍ ରେ ପତକା ଉତ୍ତୋଳନ କରିଥିଲେ, ତାଙ୍କ ସହିତ ଏନସିସି ଅଫିସର , ଏନସିସି ପ୍ରୋଗ୍ରାମ ଅଫିସର, ୟୂଥ୍ ରେଡକ୍ରସ୍ ଏବଂ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ,ଅଣ କର୍ମଚାରୀମାନେ ଏବଂ ଛାତ୍ର ଛାତ୍ରୀ ମାନେ ସାମିଲ ହୋଇଥିଲେ। ପରିଶେଷରେ “ହର ଘର ତ୍ରିରଙ୍ଗା ” ପ୍ରୋଗ୍ରାମ ଯଥା ପ୍ରବନ୍ଧ, ତର୍କ ଏବଂ ସଙ୍ଗିତ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଶେଷରେ ଲେପ୍ଟନାଣ୍ଟ ବିନତା କୁମାରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା