ଯାଜପୁର,୧୪/୦୮(ପିପିଟି): କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଉପରେ ଯୌନ ନର୍ଯ୍ଯାତନା,ନିବାରଣ,ନିଷିଦ୍ଧ ଓ ନିରାକରଣ ଆଇନ ସମ୍ବନ୍ଧରେ ଜିଲ୍ଲାସ୍ତରୀୟ କର୍ମଶାଳା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି। କର୍ମକ୍ଷେତ୍ରରେ ମହିଳାଙ୍କ ଉପରେ ହେଉଥିବା ଯୌନ ନିର୍ଯାତନା, ନିବାରଣ, ନିଷେଧ, ନିରାକରଣ ଆଇନ ୨୦୧୩ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଗଲା । ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଅମ୍ବର କୁମାର କର ଯୋଗଦେଇ ସମସ୍ତ ବିଭାଗର ଆଇ.ସି.ସି କମିଟି ସଠିକ ଭାବେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାର ଅନ୍ୟ ପଦାଧିକାରୀ ପ୍ରକଳ୍ପ ନିର୍ଦ୍ଦେଶକ ଯାଜପୁର, ଦେବୀ ପ୍ରସାଦ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ, ଯୁଧିଷ୍ଠିର ନାୟକ, ଉପ ଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀ, ଯାଜପୁର, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପାର୍ବତୀ ସାହୁ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପାର୍ବତୀ ସାହୁ ସ୍ବାଗତ ଭାଷଣ ଦେଇଥିଲେ। ଏହି କାର୍ଯ୍ୟକ୍ରମର ବକ୍ତା ଭାବରେ ବ୍ୟାସନଗର ତହସିଲଦାର, ଏନ୍.ଆଇ.ଏସ. ଡବ୍ଲ୍ୟୁ, ପଙ୍କଜିନି ସ୍ବାଇଁ ଓ ଆଇନ ମହାବିଦ୍ୟାଳୟ ଅଧ୍ୟକ୍ଷ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ସି.ଡି.ପି.ଓ, ବି.ଡି.ଓ, ତହସିଲଦାର ଏବଂ ଜିଲ୍ଲା/ବ୍ଲକ୍/ଏନ୍.ଜି.ଓ ର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ। ସଭା ଶେଷରେ ସୁରକ୍ଷା ଅଧିକାରୀ ସୁନନ୍ଦା ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ।