ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ତରଫରୁ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ।

0 189

କୋଦଳା,୧୪/୦୮(ପିପିଟି):ଗୁରୁବାର ଦିବା ୧୧ଘ.୧୫ ମି. ସମୟରେ ସ୍ଥାନୀୟ ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀଙ୍କୁ ନେଇ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ କରାଯାଇଥିଲା। ଏଥିରେ ମହାବିଦ୍ୟାଳୟ ନିକଟସ୍ଥ କାକୁଡ଼ିଆପଡା ଗ୍ରାମର ଘରେ ଘରେ ତ୍ରିରଙ୍ଗା ପତାକା ପଂହଚାଇ ଦେଶପ୍ରେମର ବାର୍ତ୍ତା ସୃଷ୍ଟି କରାଯାଇଥିଲା। ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ରଘୁନାଥ ମୁଦୁଲିଙ୍କ ସମେତ ସମସ୍ତ ବିଭାଗର ଅଧ୍ୟାପକ ଅଧ୍ୟାପିକା,ରେଡ଼କ୍ରସ ସଂଯୋଜକ,ଜାତୀୟ ସେବା ଯୋଜନାର ସଂଯୋଜକ ସଂଯୋଜିକା ଓ ସମସ୍ତ ଅଣ ଶିକ୍ଷକ କର୍ମଚାରୀ ସାମିଲ ହୋଇ ଘରେ ଘରେ ତ୍ରିରଙ୍ଗା ବଣ୍ଟନ କରିଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.