ପୋଲସରା,୧୪/୦୮ (ପିପିଟି):ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ “ହର୍ ଘର୍ ତ୍ରିରଙ୍ଗା” ରାଲି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହାବିଦ୍ୟାଳୟର ପ୍ରିନ୍ସିପାଲ୍ ପ୍ରଫେସର ଡ. ଦିଲ୍ଲୀପ କୁମାର ନାୟକ ,ଏନ୍.ସି.ସି. ଲେଫ୍ଟନାଣ୍ଟ ବିନତା କୁମାରୀ ଦାସ୍ ଏଵଂ ଏନ୍.ଏସ୍.ଏସ୍ ପ୍ରୋଗ୍ରାମ ଅଫିସର ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ସହିତ “ହର୍ ଘର୍ ତ୍ରିରଙ୍ଗା” ରାଲୀର ସ୍ଲୋଗାନ ଦ୍ଵାରା ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ରାଲିରେ ସମର ଶିକ୍ଷାର୍ଥୀ ବାହିନୀ ଛାତ୍ରୀ , ଜାତୀୟ ସେବା ଯୋଜନା ଛାତ୍ରଛାତ୍ରୀ ଓ ଯୁବ ରେଡକ୍ରସ୍ ଛାତ୍ରଛାତ୍ରୀଙ୍କୁ ମିଶାଇ ମୋଟ୍ ୨୫୦ ଜଣ ବିଦ୍ୟାର୍ଥୀ ମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟାପକ ଓ ଅଧ୍ୟାପିକାମାନେ ଯୋଗଦେଇ ସଫଳ କରିବାରେ ସହଯୋଗ କରିଥିଲେ। ଏହି ଶୋଭାଯାତ୍ରା ମହାବିଦ୍ୟାଳୟରୁ ବାହାରି ବ୍ଲକଛକ ଦେଇ ରାଣୀପଡ଼ା ଶ୍ରୀ ଶ୍ରୀ ପଶ୍ଚିମମୁଖ ଲଙ୍ଗଳେଶ୍ବର ମନ୍ଦିରଠାରେ ସମାପ୍ତ ହୋଇଥିଲା।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା