ଭଞ୍ଜନଗର ଡାକଘର ଦ୍ୱାରା ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ।

0 242

ଭଞ୍ଜନଗର, ୧୨/୦୮(ପିପିପି): ଭଞ୍ଜନଗର ମୁଖ୍ୟ ଡାକଘର ତରଫରୁ ସାଧାରଣ ଜନତାଙ୍କ ମନରେ ଦେଶପ୍ରେମର ବାର୍ତ୍ତାକୁ ଜାଗ୍ରତ କରିବା ନିମନ୍ତେ ଆଜି ସକାଳେ ପ୍ରଭାତ ଫେରି ବା ହର ଘର ତ୍ରିରଙ୍ଗା ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ଆସିକା ଡାକସେବା ମଣ୍ଡଳର ଅଧିକ୍ଷକଙ୍କ ନିର୍ଦ୍ଦେଶ ଅନୁସାରେ ଭଞ୍ଜନଗର ବିଭାଗରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ଜନସାଧାରଣ ଓ ସ୍ଥାନୀୟ ଡାକଘର କର୍ମଚାରୀ ଯୋଗଦାନ କରିଥିଲେ। ଉକ୍ତ ତ୍ରିରଙ୍ଗା ପତାକା ଶୋଭାଯାତ୍ରା ଭଞ୍ଜନଗର ମୁଖ୍ୟ ଡାକଘରୁ ବାହାରି ଷ୍ଟେଟ ବ୍ୟାଙ୍କ ଛକ, ଉପେନ୍ଦ୍ର ଉଚ୍ଚ ବିଦ୍ୟାଳୟ, ଉପଜିଲ୍ଲାପାଳ କାର୍ଯ୍ୟାଳୟ ଦେଇ ଭଞ୍ଜନଗର ବସଷ୍ଟାଣ୍ଡ୍ ଅତିକ୍ରମ କରି ମୁଖ୍ୟ ଚିକିତ୍ସାଳୟ ହୋଇ ପୁଣି ଡାକଘର ଠାରେ ପହଞ୍ଚିଥିଲା।ଏହି କାର୍ଯ୍ୟକ୍ରମ ମୁଖ୍ୟ ଡାକପାଳ ଜିତେନ୍ଦ୍ର କୁମାର ସ୍ବାଇଁଙ୍କ ଅଧ୍ଯକ୍ଷତାରେ ସମ୍ପର୍ଣ୍ଣ ହୋଇଥିଲା। ଏଥିସହ ବରିଷ୍ଠ ଡାକ କର୍ମଚାରି ଶମ୍ଭୁ ପ୍ରସାଦ ତ୍ରିପାଠୀ, ମିହିର ପ୍ରସାଦ ପଟ୍ଟନାୟକ, ସୁମନ ସଙ୍ଗୀତ ପଟ୍ଟନାୟକ, ଗାୟତ୍ରୀ ପ୍ରିୟଦର୍ଶିନୀ ତ୍ରିପାଠୀ, ରୋଜାଲିନ୍ ଆଚାର୍ଯ୍ୟ, ମକରଧ୍ବଜ ସୋରେନ୍, ଗେରିସିଂ ମିନା, ରାଜେଶ କୁମାର ଦେଚୱାଲ୍, ମହେଶ୍ବର ବିଷୋୟୀ,ସୁନାରାମ୍ ମାରାଣ୍ଡି, ଶଙ୍କର କୁମାର ସାହୁ,ମିଟୁ ମହାରଣା, ସମିର୍ ଶବର, ରବିନ୍ଦ୍ର ରଥ ସମେତ ଅନ୍ୟ ସମସ୍ତ ଡାକ କର୍ମଚାରୀ ଉପସ୍ଥିତ ଥୂଲେ I

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.